September 29, 2024

ଜଙ୍ଗଲ ଜମି ରେ ମକା ଚାଷକୁ ପ୍ରବଳ ବିରୋଧ କଲେ ଖ।ଣ୍ଡା ବନ ସୁରକ୍ଷା ସମିତି, ଟ୍ରାକ୍ଟର ଜବତ, ମାଲିକ ଓ ଡ୍ରାଉଭର ଫେରାର.…….

Share

 

ଉମରକୋଟ :- (ଏମ.ଦିନା°ଶୁ ଆଚାରୀ)ପ୍ରତିବର୍ଷ ବର୍ଷା ଦିନ ଆସିବା ମାତ୍ରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳ ରେ ରିଜର୍ଭ ଜଙ୍ଗଲ ଜମି ରେ ମକା ଚାଷକୁ ନେଇ ଏକ ନିର୍ଦ୍ଧିଷ୍ଟ ୨ସଂପ୍ରଦାୟ ର ଗଣ୍ଡଗୋଳ ହୋଇ ଥାଏ। ଚଳିତ ବର୍ଷର ପ୍ରଥମ ବିରୋଧ ଉମରକୋଟ ବ୍ଲକ୍ ଅନ୍ତର୍ଗତ ଧୋଡ୍ର। ସେକ୍ସନ ରେ ଆସିଥିବା ସେମିଳି ଗଦରା ଓ କୁମି ଦଡ। ଗ୍ରାମ ମଝିରେ ଥିବା ରିଜର୍ଭ ଜଙ୍ଗଲ ରେ ଉତ୍ତେଜନା ଦେଖା ଯାଇଛି। ଆଜି ଏହି ରିଜର୍ଭ ଫରେଷ୍ଟ ରେ ଗୋବିନ୍ଦ ଶାନ୍ତ। ଟ୍ରାକ୍ଟର ରେ ମକା ଚାଷ କରିବା ପାଈଁ ଜମି ହଳ କରୁଥିବା ବେଳେ ଖ।ଣ୍ଡ। ବନ ସୁରକ୍ଷା ସମିତି ର ୫୦୦ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ପହଂଚି ବିରୋଧ କରିବା ସହ ଫରେଷ୍ଟର ସ୍ଥିତି ପ୍ରଜ୍ଞା ତ୍ରିପାଠୀ ଙ୍କୁ ଖବର ଦେଇ ଥିଲେ। ତୁରନ୍ତ ସ୍ଥିତି ପ୍ରଜ୍ଞା ତ୍ରିପାଠୀ ଓ ସାନ କୁମାରୀ ବିଟ ଫରେଷ୍ଟ ଗାର୍ଡ ଶ୍ରୀମତୀ ଦିଶାରି ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର କୁ ଜବତ କରିବାରେ ସକ୍ଷମ ହେଇ ଥିଲେ ହେଁ ଡ୍ରାଇଭର ଓ ଗୋବିନ୍ଦ ଶାନ୍ତ। ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହେଇ ଥିଲେ। ଖ।ଣ୍ଡା ବନ ସୁରକ୍ଷା ସମିତି ର ସଭାପତି ଓ ଜଙ୍ଗଲ ଜମି ରେ ଚାଷ ଅନଧିକୃତ ଚାଷ କୁ ରୋକିବା ପାଇଁ ଏକ ବୈଠକ ଖ।ଣ୍ଡ। ଠାରେ ଗତ କାଲି ଅନୁଷ୍ଠିତ ହେଇ ଥିଲା। ଏଥିରେ ଫରେଷ୍ଟର ସ୍ଥିତି ପ୍ରଜ୍ଞା ତ୍ରିପାଠୀ ଉପସ୍ଥିତ ଥିଲେ। ବୈଠକ ରେ ଖ।ଣ୍ଡା ବନ ସୁରକ୍ଷା ସମିତି ଅଧିନରେ ଆସୁଥିବା ରିଜର୍ଭ ଜଙ୍ଗଲ ରେ ଯେପରି ଅନଧିକୃତ ଭାବେ ଚାଷ କେହି ଯେମିତି ନ କରିବ ବନ ସୁରକ୍ଷା ସମିତିର ସଦସ୍ୟ ମାନେ ପେଟ୍ରୋଲିଂ କରିବା ନେଇ ନିଷ୍ପତି ହେଇ ଥିଲା। ଏହି କ୍ରମରେ ଆଜି ଖ।ଣ୍ଡା ବନ ସୁରକ୍ଷା ସମିତି ର ୫୦୦ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ମାନେ ପେଟ୍ରୋଲିଙ୍ଗ କରିବା ସମୟ ରେ ସେମିଳି ଗଦର। ଓ କୁମୀ ଦଡ। ଗ୍ରାମ ମଝିରେ ଯେଉଁ ଅଞ୍ଚଳ କୁ ସ୍ଥାନୀୟ ଲୋକେ ଵାର କାସ ପ୍ଲାନ୍ତେଶନ ଅଂଚଳ ବୋଲି କହନ୍ତି। ସେହି ଅଞ୍ଚଳ ରେ ଗୋଟିଏ ଟ୍ରାକ୍ଟର ନମ୍ୱର ହେଲା ଓଡି ୨୪ ଇ ୨୭୬୫ ମକା ଚାଷ ପାଇଁ ଚାଷ କରୁ ଥିଲା।। ଚାଷ ଜମି ର ପରିମାଣ ପ୍ରାୟ ୫ ଏକର ହେବ ବୋଲି ସମିତି ର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି। ଲୋକ ଙ୍କୁ ଦେଖି ଟ୍ରାକ୍ଟର ଛାଡି ଡ୍ରାଇଭର ଓ ମାଲିକ ଗୋବିନ୍ଦ ଶାନ୍ତ। ଫେରାର ହେଇ ଯାଇଥିଲେ। ଆଜି ଏକ ବଡ ଧରଣର ଅଘଟଣ ଘଟିବା ଆଶଙ୍କା ଥିଲେ ହେଁ କିଛି ଲୋକ ତୁରନ୍ତ ଫରେଷ୍ଟର ସ୍ଥିତି ପ୍ରଜ୍ଞା ତ୍ରିପାଠୀ ଙ୍କୁ ଖବର ଦେଇ ଥିଲେ। ତୁରନ୍ତ ଫରେଷ୍ଟର ଗାର୍ଡ ଙ୍କୁ ନେଇ ଘଟଣା ସ୍ଥଳ ରେ ପହଞ୍ଚି ଟ୍ରାକ୍ଟର କୁ ଜବତ କରି ଉମରକୋଟ କୁ ଆଣି ମକଦ୍ଦମା ରୁଜୁ କରିଛନ୍ତି। ତେବେ ଏହି ଅଞ୍ଚଳ ରେ ବନ ବିଭାଗ ପକ୍ଷ ରୁ ବୃକ୍ଷ ରୋପଣ କରା ଯାଇଥିଲା। ସେହି ଗଛ କୁ ନଷ୍ଟ କରି ଗୋବିନ୍ଦ ଶାନ୍ତ । ଚାଷ କରୁଥିଲା ବୋଲି ବନ ସୁରକ୍ଷା ସମିତି ଅଭିଯୋଗ କରିଛି। ଖାଣ୍ଡା ବନ ସୁରକ୍ଷା ସମିତି ର ପଦକ୍ଷେପ କୁ ସାଧାରଣ ରେ ପ୍ରସଂଶ। ହେବ। ସହ ଫରେଷ୍ଟର ସ୍ଥିତି ପ୍ରଜ୍ଞା ତ୍ରିପାଠୀ ମଧ୍ୟ ପ୍ରଶଂସା କରିଛନ୍ତି। ତେବେ ଫରେଷ୍ଟ ରାଇଟ ରେ ୨ଏକର ଜମି ପଟ୍ଟା ମିଳିଥିଲେ ହେ ଏକ ନିର୍ଦ୍ଧିଷ୍ଟ ଜାତି ର ଲୋକ ମାନେ ୨୦ ରୁ ୨୦ ଏକର ଜଙ୍ଗଲ ଜମି ର ଗଛ କୁ କାଟି ଫସଲ କରୁଥିବା ଖ।ଣ୍ଡା ବନ ସୁରକ୍ଷା ସମିତି ପକ୍ଷ ରୁ ଅଭିଯୋଗ ହେଇଛି। ଏପରି କି ଏହି ଜମି କୁ ଏହି ଜାତି ର ଲୋକେ ବଙ୍ଗୀୟ ମାନଙ୍କୁ ଲିଜ ରେ ଜମି ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଠାରୁ ଜିଲ୍ଲା ପ୍ରଶାସନ ସଜାଗ ନ ହୁଏ ତେବେ ଭବିଷ୍ୟତ ରେଏକ ବଡ ଧରଣ ର ଅଘଟଣ ଏଡ଼। ଜାଇ ନ ପାରେ।