March 11, 2026

ଉମରକୋଟ ସହରରେ ପ୍ରଥମ ଥର ପାଇଁ ପଶିଲା ଭାଲୁ, ଲୋକେ ଭୟଭୀତ………….

IMG-20240610-WA0025
Share

 

ଉମରକୋଟ :- (ଏମ.ଦିନା°ଶୁ ଆଚାରୀ) ପ୍ରଥମ ଥର ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଭିତରେ ଭାଲୁ
ପ୍ରଵେଶ କରିବା ଦେଖିବାକୁ ମିଳିଥିଲା। ଆଜି ସକାଳ ୫ ଟା ସମୟରେ ଉମରକୋଟ ସହର ସ୍ଥିତ ଡଙ୍ଗରି ଗୁଡା, ହଠାତ କଲୋନୀ ରେ ଏକ ବିରାଟ ଭାଲୁ ବୁଲୁଥିବା ଦେଖିବାକୁ ମିଳି ଥିଲା । ଭାଲୁ କୁ ଦେଖି ସ୍ଥାନୀୟ ଲୋକେ ଘର କବାଟ ବନ୍ଦ କରି ଦୀର୍ଘ ସମୟ ଧରି ଘରୁ ବାହାରି ନ ଥିଲେ । ଖବର ପାଈ ମଧ୍ୟ ଉମରକୋଟ ବନ ବିଭାଗ ପକ୍ଷ ରୁ ଭାଲୁ କୁ ଘଡାଇବା ପାଈଁ କୌଣସି ଉଦ୍ୟମ କରା ଜାଇ ନ ଥିଲା ବୋଲି ସ୍ଥାନୀୟ ବାସି ଅଭିଯୋଗ କରିଛନ୍ତି। ତେବେ ଭାଲୁ ଟି ନିକଟସ୍ଥ ଜଙ୍ଗଲ ଆଡ଼େ ପଳାଇଥିବା ଲୋକେ କହିଛନ୍ତି। ତେବେ ଜଙ୍ଗଲ ହ୍ରାସ ଓ ଖାଦ୍ୟ ଅନ୍ୱେଷଣ ରେ ଉମରକୋଟ ସହର କୁ ଭାଲୁ ପ୍ରବେଶ କରୁଥିବା ମୂଖ୍ୟ କାରଣ ବୋଲି ଜଣ। ପଡିଛି। ତେବେ ଉମରକୋଟ ସହର ରେ ପ୍ରଥମ ଥର ପାଇଁ ଭାଲୁ ପ୍ରବେଶ କୁ ନେଇ ସହର ବାସି ଙ୍କ ମଧ୍ୟ ରେ କୋକୁଆ ଭୟ ଦେଖା ଯାଇଛି।