October 6, 2024
Share

➡️୧-ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଲେ ନରେନ୍ଦ୍ର ମୋଦି l ମୋଦିଙ୍କ ସହ ୭୧ ଜଣ ସାଂସଦ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ୭୧ ମନ୍ତ୍ରୀଙ୍କ ମଧ୍ୟରୁ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ସ୍ୱାଧୀନ ଏବଂ ୩୬ ଜଣ ରାଷ୍ଟ୍ର ମନ୍ତ୍ରୀ ଭାବରେ ନେଲେ ଶପଥ । ସେଥିମଧ୍ୟରୁ ୨୭ଟି OBC ବର୍ଗର ହୋଇଥିବାବେଳେ ୧୦ଟି SC ବର୍ଗର।

➡️୨-ଆସନ୍ତା ଜୁନ ୧୭ରେ ଖୋଲିବ ସ୍କୁଲ। ସ୍କୁଲ ଖୋଲିବାର ସପ୍ତାହେ ପୂର୍ବରୁ କରାଯିବ ପ୍ରସ୍ତୁତି। ଶ୍ରେଣୀ ଗୃହଠାରୁ ଆରମ୍ଭ କରି ଶୌଚାଳୟ ଯାଏ ସବୁକିଛି ପରିଷ୍କାର ପାଇଁ ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ହେଲା ନିର୍ଦ୍ଦେଶ।

➡️୩-ଆସନ୍ତା ୧୨ ତାରିଖ ବୁଧବାର ସଂଧ୍ୟାରେ ଭୁବନେଶ୍ବରରେ ରୋଡ୍‌ ଶୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

➡️୪-ମୋଦୀଙ୍କ ତୃତୀୟ ପାଳି ମନ୍ତ୍ରୀମଣ୍ଡଳରେ ଶପଥ ନେଲେ ୩୪ ଜଣ ମନ୍ତ୍ରୀ । ବିଜେପି ବ୍ୟତୀତ ଏନଡିଏର ସହଯୋଗୀଦଳମାନେ ୩୪ ମନ୍ତ୍ରୀ ମଧ୍ୟରୁ ୧୨ ଟି ମନ୍ତ୍ରୀପଦ ହାତେଇଲେ l

➡️୫-ମୋଦିଙ୍କ ତୃତୀୟ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଲେ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନ ବୈଷ୍ଣବ।

➡️୬-ଆଉ ଦ୍ୱିତୀୟବାର ହେବନି NEET ପରୀକ୍ଷା, ପେପର ଲିକ୍ ଅଭିଯୋଗକୁ ବି ଖଣ୍ଡନ କଲେ NTA (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ) l

➡️୭-ପ୍ରକାଶ ପାଇଲା JEE ଆଡଭାନ୍ସଡ ରେଜଲ୍ଟ,ଚଳିତ ବର୍ଷ ୧୮୦୨୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୪୮୨୪୮ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି l ଆଇଆଇଟି ଦିଲ୍ଲୀ ଜୋନ୍‌ର ବେଦ ଲାହୋଟି ସର୍ବଭାରତରେ ହେଲେ ଟପ୍ପର l

➡️୮-ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନ୍ୟ ଜିଲ୍ଲାକୁ ପ୍ରବେଶ କଲା ମୌସୁମୀ l ପ୍ରବଳ ବର୍ଷା ଯୋଗୁଁ ସଡ଼କର ଏକ ଅଂଶ ଭୂଷୁଡି ପଡିବାରୁ ମୁମ୍ବାଇ-ଅହମଦାବାଦ ଜାତୀୟ ରାଜମାର୍ଗରେ ୪ଘଣ୍ଟାରୁ ଅଧିକ କାଳ ଧରି ଯାତାୟାତ ହେଲଲା ବନ୍ଦ l

➡️୯-ଭିଡିଓ ବାର୍ତ୍ତା ଜରିଆରେ ସକ୍ରିୟ ରାଜନୀତିରୁ ନିଜକୁ ଅବସର ଘୋଷଣା କଲେ ଭିକେ ପାଣ୍ଡିଆନ l କହିଲେ ବିଜେଡିର ପରାଜୟ ପାଇଁ କ୍ଷମା ମାଗୁଛି l

➡️୧୦-ଆଜି ଫିଲ୍ମ ‘Kalki 2898 AD’ ର ଟ୍ରେଲର ବିଶ୍ୱବ୍ୟାପୀ ୟୁଟ୍ୟୁବରେ ରିଲିଜ କରାଯିବ । ଫିଲ୍ମଟି ୨୭ ଜୁନରେ ରିଲିଜ ହେବ । ଏହାକୁ ଭାରତୀୟ ସିନେମାର ସବୁଠୁ ମହଙ୍ଗା ଫିଲ୍ମ ବୋଲି କୁହାଯାଉଛି l

➡️୧୧-ଆସନ୍ତାକାଲି ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶିବବିବାହ ଉତ୍ସବ ମହା ଆଡମ୍ବର ସହ ହେବ ପାଳିତ l ଦେବଦମ୍ପତିଙ୍କ ବିବାହ ଉତ୍ସବ ଲୌକିକ ଓ ବୈଦିକ ରୀତିନୀତିରେ ହେଉଥିବାରୁ ଚଳିତବର୍ଷ ମନୋନୀତ ହୋଇଥିବା ବରପିତା କେଦାରନାଥ ପାଢୀ ଓ କନ୍ଯାପିତା ଗଦାଧର ପାଢୀଙ୍କ ଘରେ ସାଜସଜା ଚାଲିଥିବା ବେଳେ ବନ୍ଧୁପରିଜନଙ୍କୁ ନିମନ୍ତ୍ରଣପତ୍ର ଓ ମଙ୍ଗୁଳା ଗୁଆ ବଣ୍ଟାଯାଇ ବିବାହ ଉତ୍ସବରେ ସାମିଲି ହେବାକୁ ହେଲଲା ନିମନ୍ତ୍ରଣ l

➡️୧୨-ବଡ଼ ଅଘଟଣରୁ ବର୍ତ୍ତିଲା ଦୁଇ ବିମାନ। ମୁମ୍ବାଇ ବିମାନବନ୍ଦରରେ ଦୁଇଟି ବିମାନ ଏକାସାଙ୍ଗରେ ସମାନ ରନୱେକୁ ଉଡ଼ାଣ ଭରିଥିଲେ।

➡️୧୩-ଏସ୍‌କେଏମ (ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା) ନେତା ପ୍ରେମ ସିଂହ ତମାଙ୍ଗ ଆଜି ସିକ୍କିମ ମୁଖ୍ୟମନ୍ତ୍ରୀଭାବେ କରିବେ ଶପଥ ଗ୍ରହଣ l

➡️୧୪-ଶ୍ରୀମନ୍ଦିରରେ ଲାଇଟ ବନ୍ଦ ପରେ ଶ୍ରୀଜଗନ୍ନାଥବଲ୍ଲଭ ପ୍ରଦର୍ଶନୀ ହେଲା ବନ୍ଦ । ୨୫ ପ୍ରକାର ବେଶ କାଢିନେବାରୁ ଭକ୍ତଙ୍କ ମହଲରେ ଉପୁଜିଲା ଅସନ୍ତୋଷ ।

➡️୧୫-ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ଚାଲୁଥିବା ବେଳେ ସେପଟେ ବୈଷ୍ଣବଦେବୀ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ କଲେ ଆତଙ୍କବାଦୀ, ବସରେ ୫୦ ରୁ ଅଧିକ ଯାତ୍ରୀ ଥିବାବେଳେ ଏବେ ସୁଦ୍ଧା ୧୦ ମୃତ ଦେହ ହେଲା ଉଦ୍ଧାର l

➡️୧୬-ଚଳିତ ମାସରେ ଜମ୍ମୁ-କଶ୍ମୀର ବିଧାନସଭା ପାଇଁ ହୋଇପାରେ ନିର୍ବାଚନ ଘୋଷଣା l

➡️୧୭-ଟି-୨୦ ବିଶ୍ୱକପ ମୈଦାନରେ ୱେଷ୍ଟଇଣ୍ଡିଜର ହେଲଲା ବିଶାଳ ବିଜୟ। ଉଗାଣ୍ଡାକୁ ୧୩୪ ରନ୍ ବ୍ୟବଧାନରେ ପରାସ୍ତ କରି ନୂଆ ରେକର୍ଡ କଲା ଇଣ୍ଡିଜ ବାହିନୀ।

➡️୧୮-ଟି-୨୦ ବିଶ୍ବକପର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚରେ ଗତକାଲି ଭାରତ ପାକିସ୍ତାନକୁ 6 ରନ୍ ରେ କଲା ପରାସ୍ତ l

➡️୧୯-ଇତିହାସ ରଚିଲେ ଭାରତର ପୂଜା ତୋମାର। ଅଲ୍ଟିମେଟ୍ ଫାଇଟିଂ ଚାମ୍ପିଅନସିପ୍ (UFC) ମ୍ୟାଚ୍ ଜିତିବାରେ ସେ ହେଲେ ପ୍ରଥମ ଭାରତୀୟ ମହିଳା l

➡️୨୦-ୟୁରୋପ ଗସ୍ତରେ ଥିବା ଭାରତୀୟ ମହିଳା ହକି ଟିମ୍ ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ଲଗାତାର ସପ୍ତମ ଥର ଲାଗି କଲା ପରାଜୟ ବରଣ l ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଟିମ୍ ୨-୪ରେ ଜର୍ମାନୀଠାରୁ ହେଲା ପରାଜିତ ଲା

*🔅ଆଜି ବିଶ୍ୱ ନେତ୍ରଦାନ ଦିବସ ll*
*🔅ଆଜି ମଦ୍ୟପାନକାରୀ ବେନାମୀ (ପ୍ରତିଷ୍ଠାତା ଦିବସ) ll*
*🔅ଆଜି ବଲ୍ ପଏଣ୍ଟ ପେନ୍ ଦିବସ ll*
*🔅ଆଜି ଜାତୀୟ କଳା ଗାଈ ଦିବସ ll*
*🔅ଆଜି ହଳଦୀ ଏବଂ ମସଲା ଦିବସ ll*
*🔅ଆଜି ଉମା ଚତୁର୍ଥୀ ll*
*🔅ଆଜି ବିଶ୍ୱ ଭୂତଳ ଜଳ ଦିବସ (ନିଶ୍ଚିତ ହୋଇନାହିଁ) ll*