March 11, 2026

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ, କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା–

IMG-20230610-WA0039
Share

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ, କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା– ——ଗଜପତି ଜିଲ୍ଲା ଅନ୍ତର୍ଗତ ଆର. ଉଦୟଗିରି ବ୍ଲକ ମହେନ୍ଦ୍ରଗଡ଼ ନିକଟରେ ହେଉଥିବା ଛେଳିଗଡ଼ ଜଳ ସେଚନ ପ୍ରକଳ୍ପକୁ ଆଜି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆପଙ୍ଗ ଆଓ ଦିନିକିଆ ଗସ୍ତରେ ଆସି ପରିଦର୍ଶନ କରିଛନ୍ତି।ପରିଦର୍ଶନ ସମୟରେ ସେ କ୍ଷତିଗ୍ରସ୍ତ ଲୋକଙ୍କ ସହ ମିଶି ଆଲୋଚନା କରିବା ସଙ୍ଗେ ପାଇଥିବା ସୁବିଧା ଗୁଡିକ ସମ୍ପର୍କରେ ପଚାରି ବୁଝିବା ସହ ରହୁ ଥିବା କଲୋନୀ ଗୁଡିକ ପରିଦର୍ଶନ କରିଛନ୍ତି।କମିଶନର ଶ୍ରୀ ଆଓ ପ୍ରକଳ୍ପର ଟନେଲ କାର୍ଯ୍ୟ ସହ ଡେମ ନିକଟକୁ ଯାଇ କାର୍ଯ୍ୟ ତଦାରଖ କରିଥିବା ଦେଖିବାକୁ ମିଳିଛି।ଏହି ପରିଦର୍ଶନ ସମୟରେ ବିଦ୍ୟାଧରପୁର ଠାରେ ରହୁଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ମିଶି ଆଲୋଚନା ମଧ୍ୟ କରିଥିବା ପ୍ରକାଶ।କମିଶନର ଙ୍କ ସହ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ବିରେନ୍ଦ୍ର କୁମାର ଜଗତ, ଜମି ଅଧିଗ୍ରହଣ ଅଧିକାରୀ ସିବାସୀଷ ପଣ୍ଡା, ସହକାରୀ ଯନ୍ତ୍ରୀ ଦେବାଶିଷ ନାୟକ, ଟନେଲ ସହକାରୀ ଯନ୍ତ୍ରୀ ଆଦିକନ୍ଦ ନାୟକ ପ୍ରମୁଖ ରାଜସ୍ୱ କମିଶନରଙ୍କ ସହ ପ୍ରକଳ୍ପ ଅଞ୍ଚଳ ଯାଇ ସମସ୍ତ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।