March 12, 2026

ଜରା ଜୀର୍ଣ୍ଣ ଅବସ୍ଥାରେ ସାନପଦର ର ସର୍ବ ପୁରାତନ ଜଗନ୍ନାଥ ମନ୍ଦିର।

6fe300ca-e2ee-4a69-a6d5-b11a88587627
Share

ବୋଲଗଡ,୦୯/୦୬(ଉପାନ୍ତ ଓଡ଼ିଶା):ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାନପଦର ଗ୍ରାମରେ କାହିଁ କେଉଁ କାଳରୁ ବଡ଼ ମଠ ସାହି ଠାରେ ଜଗନ୍ନାଥ ମନ୍ଦିର ରହିଅଛି।ବିଭିନ୍ନ ପାଠ୍ୟ ପୁସ୍ତକରେ ସାନପଦର ଗ୍ରାମରର ଜଗନ୍ନାଥ ମନ୍ଦିର ସମ୍ପର୍କରେ ଉଲ୍ଲେଖ ଥିବା ବେଳେ ଆଜି ଜରା ଜୀର୍ଣ୍ଣ ଅବସ୍ଥାରେ ପଡିରହିଅଛି ।ରାଜା ରଜୁଡ଼ା ଅମଳରୁ ଚତୁ୍ଦ୍ଧାମୂର୍ତ୍ତି ପୂଜିତ ପାଉଥିବା ବେଳେ ନିକଟରେ ସାନ ମଠ ଓ ବଡ଼ ମଠ ରହିଅଛି । ସେତେବେଳେ ଏହି ମଠକୁ ରାଜସ୍ଥାନ ରାଜ୍ୟର ସାଧୁ ସମେତ ବିଭିନ୍ନ ରାଜ୍ୟରୁ ସାଧୁମାନେ ଓଟରେ ଆସି ରହୁଥିବା କଥା ଲୋକମାନେ ପ୍ରକାଶ କରିଅଛନ୍ତି। ଜଗନ୍ନାଥ ମନ୍ଦିରରେ ପର୍ବ ପର୍ବାଣୀ ମଧ୍ୟରେ ଶରତ ରାସ, ଝୁଲଣ, ମହା ସ୍ନାନ ଓ ପୁରୀ ଜଗନ୍ନାଥ ମନ୍ଦିରର ନୀତି କାନ୍ତି ଅନୁସାରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଉଛି। ପ୍ରାଚୀନ କାଳରୁ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ଏହି ମନ୍ଦିରରେ ଚତୁ୍ଦ୍ଧାମୂର୍ତ୍ତି ପୂଜା ପାଉଥିଲେ ମଧ୍ୟ ଆଜି ଅସ୍ତିତ୍ବ ହରାଇବାକୁ ବସିଲାଣି ।ବୋଲଗଡ ବ୍ଲକ ରେ ଯେତେ ଜଗନ୍ନାଥ ମନ୍ଦିର ରହିଛି ଏହି ଜଗନ୍ନାଥ ମନ୍ଦିରର ରହିଛି ସ୍ୱତନ୍ତ୍ରତା।ରାଜ୍ୟ ସରକାର ବିଭିନ୍ନ ମଠ ମନ୍ଦିର କୁ ଆର୍ଥିକ ସହାୟତାରେ ଉନ୍ନତି କରଣ କରୁଥିବାବେଳେ ଏହି ଜଗନ୍ନାଥ ମନ୍ଦିର ପ୍ରତି ନଜର ନପଡ଼ିବା ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ସୃଷ୍ଟି ହୋଇଅଛି।ଏହି ମନ୍ଦିର ର ରକ୍ଷଣ ବେକ୍ଷଣ ଅଭାବରୁ ମନ୍ଦିର ଗମ୍ଭୀର ଗୃହ ,ଗରୁଡ଼ ସ୍ତମ୍ଭ ,ମନ୍ଦିରର ବାହାର ପାର୍ଶ୍ଵ ଓ ପାଚେରୀ ଜରାଜୀର୍ଣ୍ଣ ଅବସ୍ଥା ରେ ପଡ଼ିରହିଛି ।ଏହି ପୁରାତନ ଜଗନ୍ନାଥ ମନ୍ଦିରକୁ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ,ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଓ ଖୋର୍ଦ୍ଧା ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାନ ପଦର ଗ୍ରାମବାସୀ ମାନେ ଅନୁରୋଧ କରିଅଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)