May 11, 2025

ଭାରତ-ପାକିସ୍ତାନ ଯୁଦ୍ଧ ନେଇ ସବୁଠାରୁ ବଡ଼ ଖବର: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି

Share

 

 

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । ବନ୍ଦ ହେଲା ଭାରତ-ପାକିସ୍ତାନ ଯୁଦ୍ଧ । ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି । ଅସ୍ତ୍ରବିରତି ନେଇ ଦୁଇ ଦେଶ ମଧ୍ୟରେ ସହମତି । ଅସ୍ତ୍ରବିରତି ନେଇ ବଡ଼ ସୂଚନା ଦେଲେ ବୈଦେଶିକ ସଚିବ ବିକ୍ରମ ମିସ୍ରି ।

 

ତେବେ ସନ୍ଧ୍ୟା ୫ଟାରୁ ଲାଗୁ ହୋଇଛି ଏହି ଅସ୍ତ୍ରବିରତି । ଦୁଇ ଦେଶ ମଧ୍ୟରେ ଡିଜିଏମ ସ୍ତରରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଅସ୍ତ୍ରବିରତି ପାଇଁ ସହମତି ପରେ ସମସ୍ତ ପ୍ରକାର ସୈନ୍ୟ କାର୍ଯ୍ଯାନୁଷ୍ଠାନ ବନ୍ଦ ରହିବ । ଜଳ- ସ୍ଥଳ- ଆକାଶରେ କୌଣସି ଆକ୍ସନ ହେବନି । ଆସନ୍ତା ୧୨ ତାରିଖରେ ପରବର୍ତ୍ତୀ ଆଲୋଚନା ।