March 31, 2025
Share

╔━━━━🔅━━━━━━🔅━━╗
║ *🌼ଖବର ଆଜିର,ତାରିଖ ୧୦/୦୫/୨୦୨୪,ଶୁକ୍ରବାର🌼 ║*
╚━━━━🔅━━━━━━🔅━━╝

୦୧- ଭୁବନେଶ୍ୱର-ଆଜି ଅକ୍ଷୟ ତୃତୀୟାପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘରୋଇ ବଜାରର ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ‘ଅକ୍ଷୟ ତୃତୀୟା ମହୋତ୍ସବ’ର ଆୟୋଜନ କରାଯାଇଛି।

୨- ନିର୍ବାଚନ ପ୍ରଚାରର ମାଧ୍ୟମ ପାଲଟିଛି ୟୁଟ୍ୟୁବ୍‌: ବ୍ଲଗର୍‌ଙ୍କ ଦ୍ୱାରା କଟକର ଖାଦ୍ୟ, ପ୍ରସିଦ୍ଧ ସ୍ଥାନକୁ ଗୁରୁତ୍ୱ।

୩- ଭୁବନେଶ୍ବର: ଓଡ଼ିଶାରେ ଶହେ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ମାଗଣା ମିଳିବ।ଇସ୍ତାହାର ଜାରି କଲା ବିଜେଡି: ୧୦୦ ୟୁନିଟ୍‌ ଯାଏଁ ମାଗଣା ବିଜୁଳି।

୪- ‌ ଭୋଟର୍‌ଙ୍କ ଖୁସି ପାଇଁ ଗଡ଼କରୀଙ୍କ ପ୍ୟାକେଜ୍‌: ନିର୍ବାଚନ ପରେ ଗୋପାଳପୁର-ସାତପଡ଼ା ସେତୁ କାମ। ରାମେଶ୍ବର,ପୁରୀ କୋଣାର୍କ,ପାରାଦୀପ,ରତନପୁର ରାସ୍ତା ପାଇଁ ୮୫୦୦ କୋଟି।

୫- ଓଡ଼ିଶାରେ ଟାଟା ପାୱାରର ୩୦୭ କୋଟି ଲାଭ। ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ୩୦୭ କୋଟି ଟଙ୍କାର ଟିକସ ପରବର୍ତ୍ତୀ ଲାଭ କରିଛି।

୬- ଭୁବନଶ୍ୱର: ଖରାଦିନେ ପାନୀୟ ଜଳର ଆବଶ୍ୟକତା ଥିବା ବେଳେ ଭୁବନେଶ୍ବରରେ ଅଭାବନୀୟ ସ୍ଥିତି ଦେଖାଯାଇଛି।ଟ୍ୟାପ୍‌ରେ ପଙ୍କୁଆ ପାଣି, ଦୁର୍ଗନ୍ଧରେ ଫାଟି ପଡ଼ୁଛି। ପ୍ରବଳ ଖରାରେ ପାଣି ପାଇଁ ଡହଳ ବିକଳ।

୭- ବ୍ରହ୍ମପୁର, ଆସିକା, କନ୍ଧମାଳରେ ନବୀନଙ୍କ ମାରାଥନ୍‌ ପ୍ରଚାର: ଚୋରଙ୍କୁ ନୁହେଁ, ଭଲ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ।

୮- ବିଜେପି ଆସିଲେ ବିକାଶ ୨ଗୁଣା ହେବ: ହିମନ୍ତ ବିଶ୍ବଶର୍ମା।ନମ୍ବର ହଟିବ, ଗାଁକୁ ମିଳିବ ସ୍ବତନ୍ତ୍ର ନାଁ।

୯- ମୁମ୍ବାଇ: ନିର୍ବାଚନକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଷ୍ଟକ୍ ବଜାର କାରବାରକୁ ପ୍ରଭାବିତ କରିବା ଆରମ୍ଭ କରିଛି।ସେନ୍‌ସେକ୍ସ ୧୦୬୨ ପଏଣ୍ଟ୍‌ ଖସିଲା: ନିବେଶକ ହରାଇଲେ ୭.୩ ଲକ୍ଷ କୋଟି।

୧୦- ଭୁବନେଶ୍ବର : ଆଜି ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାତି ୮ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ କରିବେ ରୋଡ୍ ସୋ ପ୍ରଧାନମନ୍ତ୍ରୀ।

୧୧- ନୂଆଦିଲ୍ଲୀ : ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଉପରେ ଆଜି ସୁପ୍ରିମକୋର୍ଟ ରାୟ ପ୍ରଦାନ କରିବେ ।

୧୨- ନୂଆଦିଲ୍ଲୀ-ଭାରତରେ ସାଧାରଣ ନିର୍ବାଚନ ଚାଲି ଥିବାବେଳେ ଆମେରିକା ଏଥିରେ ହସ୍ତକ୍ଷେପ କରି ରାଜନୈତିକ ଅସ୍ଥିରତା ସୃଷ୍ଟି ଲାଗି ଉଦ୍ୟମ କରୁଛି ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

୧୩- ଭୁବନେଶ୍ୱର,୧୦ା୫: ଆଦାନୀ ପୋଟର୍ସ ଆଣ୍ଡ ସ୍ପେଶିଆଲ ଇକୋନୋମିକ୍‌ ଜୋନ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ୪ର୍ଥ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଥିଲା।

୧୪- ଭୁବନେଶ୍ୱର- ଡାବର ଇଣ୍ଡିଆ ଲିମିଟେଡ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଅଗ୍ରଣୀ ଇନ୍‌ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍‌ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ପାଇଁ ‘ଏନର୍ଜାଇଜ୍‌ ଇଣ୍ଡିଆ’ ନାମକ ଏକ ବିଶାଳ କ୍ୟାମ୍ପେନର ଶୁଭାରମ୍ଭ ହୋଇଯାଇଛି।

୧୫- ରାଜ୍ୟରେ କାଳବୈଶାଖୀ ପ୍ରଭାବରୁ ସମାନ୍ୟ ଆଶ୍ବସ୍ତି ପାଇଛନ୍ତି ସାଧାରଣ ଲୋକେ। ତେବେ ଆହୁରି ୪ରୁ ୫ ଦିନ ପାଇଁ କେତେକ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣି ପାଗ ବିଭାଗ।

🙏 ସୁପ୍ରଭାତ,ଜୟ ଶ୍ରୀଜଗନ୍ନାଥ🙏