March 8, 2026

୫ଟିସଚିବଭି.କାର୍ତ୍ତିକେୟନ ପଣ୍ଡିଆନ ଙ୍କ ଗୁମ୍ମା ଗସ୍ତ

b07e7742-f4e2-4832-9960-60abc40181c5
Share

ପାରଳାଖେମୁଣ୍ଡି:୧୦/୫(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଗୁମ୍ମା ବ୍ଲକର ସଦର ମହକୁମା ଗୁମ୍ମା ଗ୍ରାମ ରେ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ସ୍ଥାନୀୟ ମିନି ଷ୍ଟାଡିୟମ
ରେ ହେଲିକପ୍ଟର ରେ ଆସି ପହଞ୍ଚି ‍ ପ୍ରଥମେ ଗୁମ୍ମା ସଦର ମହକୁମା ଗୁମ୍ମା ଉଚ୍ଚ ବିଦ୍ୟାଳୟ ୫ଟି ସ୍କୁଲ ଗସ୍ତ କରି ବିଭିନ୍ନ ଶ୍ରେଣୀ ଗୃହ ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ର ପରିଚାଳନା ଓ ଶିକ୍ଷା ବିଷୟରେ ବିଭିନ୍ନ ପ୍ରକାରର ବିଦ୍ୟାଳୟ ର ଭଲ ମନ୍ଦ ପଚାରି ବୁଝି ପିଲା ମାନଙ୍କୁ ଉତ୍ତମ ଭାବେ ପାଠ ପଢି ଦେଶର ସୁ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ ଓ କିଛି ସମୟ ପିଲା ମାନ ସହ ଦୁଃଖ ସୁଖ ବୁଝି କିଛି ସମୟ ବିତାଇ ଥିଲେ।
ଏହା ପରେ ଗୁମ୍ମା ସାପ୍ତାହିକ ହାଟ ପଦା ପନିପରିବା ଶୀତଳି କରଣ କେନ୍ଦ୍ର ପରିଦର୍ଶନ କରି ଗୁମ୍ମା ସଦର ମହକୁମା ରେ ଥିବା ନୂତନ ବସ୍ ଷ୍ଟାଣ୍ଡ ଉଦଘାଟନ କରି ମିଶନ ସକ୍ତି ମାଁ ମାନଙ୍କ ସହ ଜନ ସାଧାରଣ ସହିତ କିଛି ସମୟ ବିତାଇ ଥିଲେ।
ଏହି ଅବସରରେ ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗ କ୍ରମେ ଗୁମ୍ମା ଠାରେ +3 collage କରିବା ପାଇଁ ପ୍ରତିଶୃତି ଦେଇଥିଲେ।ଏବଂ ମିଶନ ଶକ୍ତି ମହିଳା ମାନଙ୍କୁ ମହିଳା ମାନେ ସଶକ୍ତି ହେଲେ ରାଜ୍ୟ ଓ ଦେଶ ଉନ୍ନତି ହେଇପାରିବ ବୋଲି ପରାମର୍ଶ ଦେଇ ବିଭିନ୍ନ ପ୍ରକାରର ଦରଖାସ୍ତ ଗ୍ରହଣ କରିଥିଲେ।ସମୟ ଅଭାବରୁ ବିଭିନ୍ନ କାର୍ଯ୍ୟକ୍ରମ କୁ ବାତିଲ କରି ଜିଲ୍ଲା ସଦରମହକୁମା ଗସ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ପରିଚାଳନା କରିଥିଲେ।