April 28, 2026

ଉଦଘାଟିତ ହୋଇଯାଇଛି କୁଜଙ୍ଗ ମହୋତ୍ସବ 2026, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ ..

IMG-20260410-WA0052
Share

   ଐତିହାସିକ କୁଜଙ୍ଗ ମାଟିର ଗୌରବମୟ ଐତିହ୍ୟ ପରମ୍ପରା, ସଂସ୍କୃତି,କଳା,ସାହିତ୍ୟ କୁ ଉଜ୍ଜୀବିତ କରିବା ସହିତ କୁଜଙ୍ଗ ଗାନ୍ଧୀ ନାରାୟଣ ବୀରବର ସାମନ୍ତ ଙ୍କ କୁଜଙ୍ଗ ମାଟି ପ୍ରତି ରହିଥିବା ଅବଦାନ ର ସ୍ମୃତି କୁ ସମ୍ମାନ ଜଣାଇ ଉଦଘାଟିତ ହୋଇଯାଇଛି କୁଜଙ୍ଗ ମହୋତ୍ସବ l କୁଜଙ୍ଗ ମାଟି ଧାନ, ପାନ ଓ ମୀନ କୁ ନେଇ ଗର୍ବ କରିବା ସହିତ ବ୍ରିଟିଶ ଶାସନ ର ଅତ୍ୟାଚାର ବିରୁଦ୍ଧରେ ଲବଣ ସତ୍ୟାଗ୍ରହ ହେଉ କିମ୍ବା ଅସହଯୋଗ ଭୁଦାନ ଆନ୍ଦୋଳନ ରେ କୁଜଙ୍ଗ ମାଟି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା l ଯାହା କୁଜଙ୍ଗ ର ଐତିହାସିକ ଗାରିମା ବହନ କରୁଥିବା ନେଇ ଉଦଘାଟନ ଉତ୍ସବ ରେ କହିଛନ୍ତି ଜଗତସିଂହପୁର ସାଂସଦ ଓ ଶିଳ୍ପମନ୍ତ୍ରୀ l ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ବିଗ୍ରହ କୁ ହଜାର ହଜାର ମାଇଲ ଦୂରରୁ ମୃଦଙ୍ଗ ଭିତରେ ଲୁଚାଇ ଗଡ଼କୁଜଙ୍ଗ ସୁଭଦ୍ରା କ୍ଷେତ୍ରରେ ମହାପ୍ରଭୁ ଙ୍କ ପରମଭକ୍ତ ବିସର ମାହାନ୍ତି ଙ୍କ ଭକ୍ତି ର ଗାଥା ଆଜି ବହନ କରୁଛି କୁଜଙ୍ଗ ମାଟି l ଆଜି ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ଗରିବ କଲ୍ୟାଣ ଠାରୁ ସୁଭଦ୍ରା ଯୋଜନା, ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ କରିଥିବା ବେଳେ ପାରାଦୀପ ଆଜି ଓଡିଶା ବିକାଶ ର ମୁଖଶାଳା ପାଲଟିଛି l ଆଗାମୀ ଦିନରେ ପାରାଦୀପ କୁ ଅନେକ ବୃହତ ଶିଳ୍ପ ଆସୁଥିବା ବେଳେ ରୋଜଗାର ସହିତ ନିଯୁକ୍ତି କ୍ଷେତ୍ରରେ ପାରାଦୀପ ପାଲଟିବ ଉଦାହରଣ l ସେହିଭଳି ଗ୍ରାମଞ୍ଚଳ ର ସର୍ବାଙ୍ଗୀନ ବିକାଶ ସହିତ ପିଏମ୍ ଆବାସ ଯୋଜନା, ସଡ଼କ ନିର୍ମାଣ, ଗମନାଗମନ, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଆଦି ଯୋଜନାର ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧିଷ୍ଟ ସମୟ ଅବଧି ମଧ୍ୟରେ କିଭଳି ସମ୍ପୂର୍ଣ୍ଣ କରାଯାଇପାରିବ ଏବଂ ଜନସାଧାରଣ କିପରି ଏହାର ସୁବିଧା ପାଇବେ ଏ ନେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ll

(ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )