April 24, 2026

ସାରଳା ଙ୍କ ପଣାସଂକ୍ରାନ୍ତି ଓ ଚନ୍ଦନ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ

IMG-20260410-WA0045
Share

ତିର୍ତ୍ତୋଲ -ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ସର୍ବବୃହତମ ଜନବହୁଳ ପର୍ବ, ମହାବିଷୁବ ପଣାସଂକ୍ରାନ୍ତି, ଝାମୁଯାତ୍ରା ଓ ଅକ୍ଷୟତୃତୀୟା ଠାରୁ ଦୀର୍ଘ ଏକୋଇଶିଦିନ ବ୍ୟାପି ଚନ୍ଦନଯାତ୍ରା, କିପରି ଶାନ୍ତିଶୃଙ୍ଖଳା ଓ ପବିତ୍ରତା ର ସହିତ ପାଳନ କରାଯିବ, ତାହାର ଖସଡ଼ାପ୍ରସ୍ତୁତ କରିବା ନିମନ୍ତେ, ଗତ ଗୁରୁବାର ପୂର୍ବାହ୍ନ ରେ ସାରଳାମନ୍ଦିର ସଭାଗୃହରେ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି l ସାରଳା ମନ୍ଦିର ପରିଚାଳନା ସମିତି ର ସୋଲଟ୍ରଷ୍ଟି ତଥା ଜଗତସିଂହପୁର ଜିଲ୍ଲାପାଳ ଙ୍କ ପ୍ରତିନିଧି ଭାବେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକ ରେ ତିର୍ତ୍ତୋଲ ତହସିଲଦାର ମହେଶ୍ୱର ବେହେରା, ସାରଳାମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା, ତିର୍ତ୍ତୋଲ ଏସ ଡି ପି ଓ ଅଜୟ କୁମାର ଦାସ, ଅତିରିକ୍ତ ଆଇ ଆଇ ସି ତନୁଶ୍ରୀ ସାହୁ, ମନ୍ଦିର ଫାଣ୍ଡି ଅଧିକାରୀ ସଞ୍ଜୟ ରାଉତ, ତିର୍ତ୍ତୋଲ ଅଗ୍ନିଶମ ବିଭାଗର କେନ୍ଦ୍ରାଧିକାରୀ ସୁବାସ ଚନ୍ଦ୍ର ଭୋଳ, ମଣିଜଙ୍ଗା ଓ କନକପୁର ସ୍ୱାସ୍ଥ୍ୟକେନ୍ଦ୍ର ର ଡଃ ସାରଦା ବିନାୟକ ଦାସ, ମନ୍ଦିରପଶାସନିକ ଅଧିକାରୀ ବରଦା ପ୍ରସାଦ ମହାନ୍ତି, ସୁଦର୍ଶନ ମହାନ୍ତି ଓ ଦୀପକ କୁମାର ପଣ୍ଡା ଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତ ରେ, ପଣାସଂକ୍ରାନ୍ତି ଓ ଚନ୍ଦନଯାତ୍ରା ନିମନ୍ତେ ନୀତିନିର୍ଘଣ୍ଟ ଶୃଙ୍ଖଳିତ ଦର୍ଶନ, ଯାନବାହାନ ନିୟନ୍ତ୍ରଣ, ପାନୀୟଜଳଯୋଗାଣ, ଉଜ୍ୱଳଆଲୋକସଜା, ଆଶୁଚିକିତ୍ସା ପ୍ରଦାନ ଓ ଗାଡିପାର୍କିଂ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା l ଏହି ଆଲୋଚନା ରେ ମନ୍ଦିରର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ପରିଛା ଦୁର୍ଗା ଚରଣ ପଣ୍ଡା, ନୃସିଂହ ଚରଣ ନାୟକ, ଲକ୍ଷ୍ମୀଧର ମହାପାତ୍ର, ତ୍ରିଲୋଚନ ରାଉଳ, ସନ୍ଦୀପ ମଧୁସୂଦନ ପଣ୍ଡା, ସତ୍ୟାନନ୍ଦ ନାୟକ, ଜିତେନ୍ଦ୍ର ରାଉଳ, ଅଜୟ କୁମାର ରାଉଳ, ରମେଶ ଚନ୍ଦ୍ର ରାଉଳ, ରଜନୀକାନ୍ତ ରାଉଳ ଓ ରମାକାନ୍ତ ରାଉଳ ଙ୍କ ସମେତ ସମସ୍ତ ସେବାୟତ ମାନେ ଅଂଶଗ୍ରହଣ କରି ନିଜନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ l ଏହି ଅବସରରେ ପଣାସଂକ୍ରାନ୍ତି ଉପଲକ୍ଷେ ଗାଡି ପାର୍କିଂ ନିମନ୍ତେ, ଦୁଇଚକିଆ ଓ ତିନିଚକିଆ ଯାନ ପାଇଁ 20 ଟଙ୍କା, ଚାରିଚକିଆ ଯାନ ନିମନ୍ତେ 50 ଟଙ୍କା ଓ ଚାରିଚକିଆ ରୁ ଉର୍ଦ୍ଧ ଯାନବାହନ ପାଇଁ 100 ଟଙ୍କା ଟିକସ ଆଦାୟ କରାଯିବା ସର୍ତ୍ତରଖାଯାଇ, ସର୍ବୋଚ୍ଚ ନିଲାମଧାରୀ ବରଦା ପ୍ରସାଦ ମହାନ୍ତି ଙ୍କ ନାମରେ ସତସ୍ତରୀ ହଜାର ଟଙ୍କାରେ ନିଲାମ ଦିଆଯାଇଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed