March 12, 2026
IMG-20230410-WA0038
Share

 

କନ୍ଧମାଳ ଜିଲ୍ଲା ର ଅନେକ ଦୁର୍ଗମ ଅଞ୍ଚଳ ଅଛି ଯେଉଁଠାରେ ଆଜିପର୍ଯ୍ୟନ୍ତ ନେଟୱର୍କ ସେବା ଉପଲବ୍ଧ ହୋଇପାରି ନାହିଁ , ଯଦ୍ୟପି କିଛି ସ୍ଥାନରେ ବି ଏସ ଏନ୍ ଏଲ୍ ର ଟାୱାର ଅଛି କିନ୍ତୁ ଇଣ୍ଟରନେଟ କାର୍ଯ୍ୟ କରୁନାହିଁ। ଫଳରେ ଲୋକେ ଅତ୍ୟାଶ୍ୟକୀୟ କାର୍ଯ୍ୟ ପାଇଁ ଆଠ ରୁ କୋଡ଼ିଏ କିମି ଦୁର ଯିବାକୁ ପଡ଼ୁଛି, ଏପରି ଦୃଶ୍ୟ ବ୍ରାହ୍ମଣୀଗାଁ ଅଞ୍ଚଳ ରେ ପ୍ରାୟ ଦିନ ଦେଖିବାକୁ ମିଳୁଛି , ସ୍ଖୁଲ କଲେଜ ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ପୋଲିସ କର୍ମଚାରୀ , ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗୱାଡ଼ି କର୍ମୀ ସମେତ ବ୍ୟବସାୟୀକ ଗୋଷ୍ଠୀ ଓ ଜନସାଧାରଣ ସମସ୍ତେ ଏପରି ଦଶା ଭୋଗୁଛନ୍ତି, ନେତା ମନ୍ତ୍ରୀ ଙ୍କ ପ୍ରତିଶୃତି ପାଣିର ଗାର ହୋଇ ରହିଛି। ନିର୍ବାଚନ ସରିବାର ତିନି ମାସ ମଧ୍ୟରେ ସମସ୍ତ ଗ୍ରାମ କୁ ନେଟୱର୍କ ସଂଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ନେତା ମାନଙ୍କ ର ଆଜି ପର୍ଯ୍ୟନ୍ତ ଦେଖା ହିଁ ମିଳୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି, ଅନେକ ସରକାରୀ କର୍ମଚାରୀ, ବିଶେଷ କରି ସୁରକ୍ଷା କର୍ମୀ ମାନେ ନିଜ ପରିବାର ସହ ଯୋଗାଯୋଗ କରିପାରୁନଥିବାରୁ ପରିବାର ଲୋକେ ସନ୍ଦେହ ଘେର ରେ ରହୁଥିବା କିଛି ଯବାନ ମତବ୍ୟକ୍ତ କରିଛନ୍ତି।
ସାରା ରାଜ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପାଇଁ ଚାଲିଥିବା ଅନ ଲାଇନ୍ ଦୀକ୍ଷା ତାଲିମ୍ ର ଟି ଏନ୍ ଏ ପରୀକ୍ଷାର ଶେଷ ଦିନ ବ୍ରାହ୍ମଣୀଗାଁ ଅଞ୍ଚଳ ବିଭିନ୍ନ ସ୍କୁଲରେ କାର୍ଯ୍ୟ କରୁଥିବା ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନେଟୱର୍କ ପାଇଁ ପଡ଼ୋଶୀ ଗଜପତି ଜିଲ୍ଲା ର ସୀମାନ୍ତ ରେ ଥିବା ପାଣିଗଣ୍ଡା ଗ୍ରାମ ରେ ଥିବା ଜିଓ ନେଟୱର୍କ ପାଇଁ ଆଖ ପାଖ ବଣ ଜଙ୍ଗଲ ରହି ଅନଲାଇନ୍ ପରୀକ୍ଷା ଦେବାକୁ ଚେଷ୍ଟା କରୁଥିବା ସମୟରେ ନେଟୱର୍କ ସମସ୍ୟା ନା ସର୍ଭର ସମସ୍ୟା ଯୋଗୁଁ ଅନେକ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ସଫଳ ହୋଇ ନଥିବା ନେଇ ଉପୋରସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା ପ୍ରକାଶ କରିଛନ୍ତି।
ବ୍ରାହ୍ମଣୀଗାଁ ରେ ଉଚ୍ଚ କ୍ଷମତା ସମ୍ପନ୍ନ ନେଟୱର୍କ ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ତଥା ବିଧାୟକଓ କନ୍ଧମାଳ ସାଂସଦ ଙ୍କ ନିକଟରେ ବାରମ୍ବାର ଦାବୀ କରାଯାଇ ଥିଲେ ମଧ୍ୟ ଆଜ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରୁ ନ ଥିବା ରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି, ଏଣୁ ଜନସାଧାରଣଙ୍କ ବୃହତ୍ ସ୍ବାର୍ଥ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ଦାବୀ କରିଛନ୍ତି।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)