March 12, 2026

1992 ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

IMG-20230410-WA0025
Share

 

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ଵର ଶୈବପୀଠ ପ୍ରାଙ୍ଗଣରେ ସୁବଳୟା ଗୋପାଳକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ 1992 ମାଟ୍ରିକ ବ୍ୟାଚ ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କ ଏକ ବନ୍ଧୁ ମିଳନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ମନୋଜ କୁମାର ପ୍ରଧାନ ଙ୍କ ତତ୍ୱାବଧାନ ଏବଂ ରୋହିତ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ 30ଜଣ ପୁରାତନ ଛାତ୍ର ଛାତ୍ରୀ ଯୋଗଦେଇ ଭାବ ଆଦାନ ପ୍ରଦାନ କରିବା ସହ ପାଠ ପଢ଼ା ସମୟର ପୁରୁଣା ସୃତିକୁ ସାଉଣ୍ଟି ସେଠାକାର ପ୍ରାକୃତିକ ସୌନ୍ଧର୍ଯ୍ୟ ଉପଭୋଗ କରିଥିଲେ l

ସୁଜ୍ଞାନୀ, କାଞ୍ଚନ,ଚିତ୍ତରଞ୍ଜନ, ସୁଦାମ, ଭକ୍ତି , ଗୀତା, ଟୁନା, ସଦାଶିବ, ଲଛମନ ମିନତି, ଦୀପ୍ତି, ସତ୍ୟ, ବୃନ୍ଦାବାନ, ପ୍ରଜ୍ଞା ପ୍ରମୁଖ ଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ l