November 17, 2024

ସ୍ବରସ୍ବତୀ ଶିଶୁମନ୍ଦିର ର ୧୪ତମ ବାର୍ଷିକ ଉତ୍ସବ ପାଳିତ

Share

 

ହାଟଡିହି,୧୦/୦୪, କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ମଣ୍ଡଳର ସ୍ବରସ୍ବତୀ ଶିଶୁ ମନ୍ଦିର,ଜଳସରପୁର ମା ଭାଟିଆଶୁଣୀ ପ୍ରାଙ୍ଗଣରେ ୧୪ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଅଛି।ଏଥିରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ,ସମ୍ମାନୀତ ଅତିଥି ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ,ମୁଖ୍ୟବକ୍ତା ଏବିଓ ସୁରେଶ କୁମାର ଯେନା ଯୋଗଦାନ କରି ଆନୁଷ୍ଟାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏକ ମାତ୍ର ଏହି ପୁରାତନ ଅନୁଷ୍ଟାନଟି ମଣିଷ ତିଆରି କାରଖାନା ଭାବେ ସେବା ଯୋଗାଇ ବହୁ ଛାତ୍ର ଛାତ୍ରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ପଦାର୍ପଣ କରି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛି ବୋଲି ଅତଥି ବୃନ୍ଦ ଅଭିଭାଷଣ ମାଧ୍ୟମରେ ମତବ୍ୟକ୍ତ କରିବା ସହିତ ଶିଶୁମନ୍ଦିର ର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଅନୁଷ୍ଟିତ ସାସ୍କୃତିକ କାର୍ଯ୍ୟକ୍ରମକୁ ଉପସ୍ଥିତ ଶହଶହ ଅଭିଭାବକ ଓ ଅତିଥି ଉପଭୋଗ କରିଥିଲେ।ଶେଷରେ ସାକ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉପଢୈକନ ସହ ମାନପତ୍ର ସରପଞ୍ଚ ସୁମିତ୍ରା ଯେନା ଓ ସିଲାରାଣି କାଣ୍ଡି ଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା।ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ବିନୟ ଭୂଷଣ ବେହେରା,ଉପସଭାପତି ଅନନ୍ତ କୁମାର ସ୍ବାଇଁ,ସମ୍ପାଦକ ରମାକାନ୍ତ ଦ୍ବୀବେଦି,ଯୁଗ୍ମ ସମ୍ପାଦକ ଅମରବର ସେଠୀ,ନକୁଳ କୁମାର ଜେନା,ଗିରିଷିବାଳା ରାଉତ,ରୀତାରାଣୀ ସେଠୀ,ଉପଦେଷ୍ଟା ରବିନ୍ଦ୍ର କୁମାର ଯେନା,ଅନାଥ ଚରଣ ନାୟକ,ପ୍ରଦିପ କୁମାର ଜେନା,ବ୍ରଜ କିଶୋର ଜେନା,କାଳନ୍ଦୀ ସାହୁ ,ପ୍ରଧାନ ଆଚାର୍ଯ୍ୟ ଧରଣୀ ଧର ଜେନା ଙ୍କ ସମେତ ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ତିତ ରହି ଉତ୍ସବ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।