ମା ପାଖକୁ ଆସିଲେ ପାଞ୍ଚପୁଅ, ଲକ୍ଷାଧିକ ଭକ୍ତଙ୍କ ସମାଗମ ରେ ପଞ୍ଚୁପାଣ୍ଡଵ ମେଳଣ ଅନୁଷ୍ଠିତ
ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ବ୍ରହ୍ମଗିରି ମା ପାଦୁକାଇଙ୍କ ପୀଠ ପଞ୍ଚୁ୍ଦୋଳ ମେଳଣ ପଡିଆରେ ତିନିଦିନ ଧରି ମହାଡ଼ମ୍ବରରେ ପଞ୍ଚୁ୍ଦୋଳ ମେଳଣ ଚାଲୁଅଛି l ପୌରାଣିକ ମତାନୁସାରେ ଯେତେବେଳେ ପାଣ୍ଡବମାନେ ବନବାସରେ ଥିଲେ ସେହି ସମୟରେ ବ୍ରହ୍ମଗିରି ର ଖାଣ୍ଡଵବଣରେ ଭାଇମାନେ କୋଷେକୋଷେ ଦୂରରେ ଅଛନ୍ତି l ବଡଭାଇ ଧର୍ମରାଜ ଯୁଧିଷ୍ଠିର ସୁନାମୁହିଁ ଗୋରାପୁର ରେ ପୂଜା ପାଉଥିବା ବେଳେ, ଚାପମାଣିକ ଗ୍ରାମରେ ଦ୍ଵିତୀୟ ଭାଇ ଭୀମ ଭୀମେଶ୍ୱର ନାମରେ, ତୃତୀୟ ଭାଇ ଅର୍ଜୁନ କାଳିକାବାଡି ଗ୍ରାମରେ ପୂଜା ପାଉଥିବା ସହିତ ଚତୁର୍ଥ ଭାଇ ନକୁଳ ନାଗେଶ୍ୱର ଗ୍ରାମରେ ବାବା ନକୂଳେଶ୍ଵର ଗ୍ରାମରେ ପୂଜା ପାଉଛନ୍ତି ସେହିଭଳି ସହଦେଵ ଗୋରାପୁର ବାଳିବନ୍ତରେ ବାବା ହରିସହଦେଵ ନାମରେ ପୂଜା ପାଉଛନ୍ତି l ଏହି ପଞ୍ଚୁପାଣ୍ଡବ ମେଳଣରେ ପଞ୍ଚୁପାଣ୍ଡଵଙ୍କ ସହିତ ପୁରୀଜିଲ୍ଲାର ବିଭିନ୍ନ ଗ୍ରାମର ୧୦୮ ମହାଦେବ ଏହି ମେଳଣକୁ ମହାଡ଼ମ୍ବରରେ ନାଗା ନୃତ୍ୟ, ଓଡିଶୀ, ଗୋଟିପୁଅ, ଲୋକନୃତ୍ୟ, ଦେବିନାଚ ସହିତ ମହିଳା ଓ ପୁରୁଷ ମାନଙ୍କଦ୍ୱାରା ସଂକୀର୍ତ୍ତନ ଦ୍ୱାରା ମେଳଣ ମଣ୍ଡପକୁ ନିଆଯାଇଛି l ଏହି ପଞ୍ଚୁପାଣ୍ଡଵ ମେଳଣ ତିନିଦିନ ଧରି ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ଚାଲୁଅଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
