ଆଜିର ଖବର..
୧-ଭୁବନେଶ୍ୱର:ବଦଳିଗଲା ଗ୍ୟାସ୍ ବୁକିଂ ନିୟମ, ଏଣିକି ୨୫ ଦିନ ପୂର୍ବରୁ କରିପାରିବେନି ଦ୍ୱିତୀୟ ବୁକିଂ।
୨-ରାଜ୍ୟରେ ପଞ୍ଚମ, ଅଷ୍ଟମ ବୋର୍ଡ ପରୀକ୍ଷା ଆରମ୍ଭ; ଫେଲ୍ ହେଲେ ଦେବାକୁ ପଡ଼ିବ ସପ୍ଲିମେଣ୍ଟାରି ପରୀକ୍ଷା।
୩-ଭୁବନେଶ୍ୱର:ସରିଲା ନାମାଙ୍କନ ପ୍ରତ୍ୟାହାରର ଅବଧି, ମଇଦାନରେ ରହିଲେ ୫ ରାଜ୍ୟସଭା ପ୍ରାର୍ଥୀ।
୪-ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ: ସ୍ଵାଭାବିକ ଚାଲିଛି ପ୍ରଶ୍ନକାଳ।
୫-ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ। ୧୦୫ ଅନୁ ଶାସନ ସଚିବ ଓ ଗୋଟିଏ ଅତିରିକ୍ତ ଶାସନ ସଚିବ ପଦବୀ ଖାଲି ପଡ଼ିଥିବା ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ।
୬-ସାଇବର ଅପରାଧୀଙ୍କ ଉପରେ ପୋଲିସର ବଡ଼ ପ୍ରହାର: ‘ଅପରେସନ ସାଇବର କବଚ’ରେ ୩୨ ହଜାରରୁ ଅଧିକ ଆକାଉଣ୍ଟ ଯାଞ୍ଚ, ୩୩୧ ଗିରଫ।
୭-ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୋଧରେ ଥିବା ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବାକୁ ନିର୍ଦ୍ଦେଶ:ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ।
୮-ଦୁଇ ବର୍ଷରେ ୭୧୧ କୋଟି ଟଙ୍କା ଲୁଟି ନେଲେଣି ସାଇବର ଠକ, ଫେରିଛି ମାତ୍ର ୭ କୋଟି ଟଙ୍କା।
୯-କଳାହାଣ୍ଡି ଜିଲ୍ଲା କଲମପୁର-କୋଟାଗାଁ:ଦୁଇ ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ ଜଣେ ଗୁରୁତର।
୧୦-ଭୁବନେଶ୍ୱର:ପ୍ରାଣ ନେଉଛି ସଡ଼କ ଦୁର୍ଘଟଣା, ୧୦ ବର୍ଷରେ ଗଲାଣି ୧ ଲକ୍ଷରୁ ଉର୍ଦ୍ଧ୍ୱ ଜୀବନ।
୧୧-ଖରା ଆରମ୍ଭରୁ ଉତ୍କଟ ଜଳକଷ୍ଟ; ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ସବୁଠି ଯନ୍ତ୍ରଣାର ଚିତ୍ର।
୧୨-ରାଜ୍ୟର ୩ କୋର୍ଟକୁ ବୋମା ଧମକ: ପୁରୀରେ ସ୍ଵାଭାବିକ ହେଇଛି କୋର୍ଟ କାର୍ଯ୍ୟ।
୧୩-ଭଞ୍ଜନଗର ବ୍ଲକ ଗୁଣ୍ଡୁରିବାଡ଼ି ପଞ୍ଚାୟତ:ନିଆଁ ଗିଳିଦେଲା ସର୍ବସ୍ବ ; ଜୀବନ୍ତ ଦଗ୍ଧ ହୋଇଗଲେ ୧୬ ଛେଳି। ରାଜନୈତିକ ଶତ୍ରୁତା ପାଇଁ ଘଟିଛି ଏ ଅଘଟଣ।
୧୪-ବ୍ରହ୍ମପୁର, ବଡ଼ ବଜାର:ବୋମା ଫୁଟାଇ ଓ ଖଣ୍ଡା ବୁଲାଇ ଆତଙ୍କରାଜ,୪ ଗିରଫ।
୧୫-ଭୁବନେଶ୍ୱର: ଜିଆଇ ମାନ୍ୟତା ଦୈ।ଡରେ ମାଣିକ ପାଟଣା ଦହି।
୧୬-ଭୁବନେଶ୍ୱର:୧୦ ଦଫା ଦାବି ନେଇ ରାଜରାସ୍ତାରେ ଅଲ୍ ଓଡ଼ିଶା ଆଶା କର୍ମୀ ସାମୁଖ୍ୟ।
୧୭-ଭୁବନେଶ୍ୱର:ସାମ୍ନାକୁ ଆସିଲା ମୋବାଇଲ୍ ସେବାର ବିକଳ ଚିତ୍ର; ଏଯାଏଁ ରାଜ୍ୟର ୧,୨୩୭ ଗାଁରେ ପହଞ୍ଚିନି ନେଟୱର୍କ।
୧୮-ଯୁଦ୍ଧ ପାଇଁ ହାଣ୍ଡିଶାଳ ଏବେ ଟଳମଳ, ଗ୍ୟାସ ବଢ଼ିଲା, ଏଣେ ବଢ଼ି ଚାଲିଛି ଖାଇବା ତେଲର ଦାମ୍।
୧୯-ଇରାନ:ଅଲି ଖାମେନଇଙ୍କ ପୁଅ ମୋଜତାବା ଖାମେନେଇ ଇରାନର ସର୍ବୋଚ୍ଚ ନେତା ଭାବରେ ନିର୍ବାଚିତ।
୨୦-ଇରାନକୁ ଖୋଲା ସମର୍ଥନ କଲା ଋଷ: ପୁଟିନ କହିଲେ ଅତୁଟ ରହିବ ସହଯୋଗ, ମୋଜତବାଙ୍କୁ ଦେଲେ ବଧେଇ।
୨୧-ଯୁଦ୍ଧରେ ମାଡ଼ ଖାଉଛି ଆମେରିକା, ଦେଢ଼ ଲକ୍ଷ ତଳକୁ ଖସିଲା ସୁନା ଦର।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
