March 12, 2025

ଝଙ୍କଡ ପୀଠ ଜଗନ୍ନାଥ ମହୋତ୍ସବ ମଞ୍ଚରେ ସମ୍ବର୍ଦ୍ଦିତ ହେଲେ ତିର୍ତ୍ତୋଲ ପ୍ରେସକ୍ଲବ ର ବରିଷ୍ଠ ସାମ୍ବାଦିକ

Share

 

ତିର୍ତ୍ତୋଲ

 

ଜଗତସିଂହପୁର ଜିଲ୍ଲାର ବାଣୀକ୍ଷେତ୍ର ଶାରଳା ଙ୍କ ପୀଠରେ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଜଗନ୍ନାଥ ମହୋତ୍ସବ ର ୪ର୍ଥ ସନ୍ଧ୍ୟାରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଳି ଉତ୍ସବ ସ୍ଥଳକୁ ବିମଣ୍ଡିତ କରିଥିବା ବେଳେ, ମହୋତ୍ସବ ର ମହାରଥୀ ବାବା ସତ୍ୟାନନ୍ଦ ଦାସ ମହାରାଜ ଙ୍କ କଥାମୃତ କୁ ଅବଗାହନ କରି ଆନନ୍ଦ ପ୍ରାପ୍ତ ହୋଇଉଠୁଥିବାର ଦେଖିବାକୁ ମିଳିଥିଲା l ଏହି ଅବସରରେ ବାବା ସତ୍ୟାନନ୍ଦ ଜୀ ତିର୍ତ୍ତୋଲ ପ୍ରେସକ୍ଳବ ର ସଭାପତି ଓ ଅନ୍ୟ ବରିଷ୍ଠ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଦିତ କରିବାକୁ ମହୋତ୍ସବ ର ସଭାପତିଙ୍କୁ ଆହ୍ୱାନ କରିଥିଲେ । ସଭାପତି ମହୋଦୟ ପ୍ରେସକ୍ଳବ ର ମାର୍ଗଦର୍ଶକ ରମାକାନ୍ତ ରାଉଳ, ବରିଷ୍ଠ ଉପଦେଷ୍ଟା ଭୈରବ ବ୍ରହ୍ମ, ସଭାପତି ଶରତ କୁମାର ଦାଶ, ଉପ ସଭାପତି ରଞ୍ଜନ କୁମାର ମଲ୍ଲିକ, ସହ ସମ୍ପାଦକ ଭାଗବତ ପ୍ରସାଦ, କୋଷାଧ୍ୟକ୍ଷ କୈଳାସ ବେହେରାଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଦିତ ଓ ସମ୍ମାନିତ କରିଛନ୍ତି l ବାସ୍ତବିକ ଜଗନ୍ନାଥ ମହୋତ୍ସବ ଉତ୍କଳୀୟ ସଂସ୍କୃତି ସଂସ୍କାର ଓ ପୂଜ୍ୟପୂଜାର ମହାନ ପରମ୍ପରାକୁ ଉଜ୍ଜୀବିତ କରି ରଖିଥିବାରୁ ଶାରଳାକ୍ଷେତ୍ରରେ ସମ୍ମାନିତ ହେବା ଏକ ସୌଭାଗ୍ୟ ବୋଲି ସାମ୍ବାଦିକ ମାନେ ହୃଦୟରୁ ବାବା ସତ୍ୟାନନ୍ଦଜୀ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି l

 

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର…।