November 22, 2024

ଗଞ୍ଜାମ ଜିଲ୍ଲା ଓ ଜେ ୟୁ ଶାଖା ପକ୍ଷରୁ ବଟେଶ୍ୱର ବେଳାଭୂମି ସ୍ଵଛତା କାର୍ଯ୍ୟକ୍ରମ…

Share

 

 

 

ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ର ସମିଶ୍ରଣ ରେ ଉତ୍ପତି ର ବେଳାଭୂମି ବିଶ୍ୱ ମାନଚିତ୍ର ତେ ଅଲିଭ ରିଡିଲେ ଅଣ୍ଡା ଦାନା ପାଇଁ ସ୍ୱତନ୍ତ୍ର ପରିଚୟ ସୁଷ୍ଟି କରିଛି l ଓ ଜେ ୟୁ ପକ୍ଷରୁ ରବିବାର ପୂର୍ବାହ୍ନ ରେ ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଓ ଜେ ୟୁ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରାଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସମ୍ବାଦିକ ମାନେ ପ୍ରଥମେ ବେଳାଭୂମି ସଫେଇ କରିଥିଲେ l ପରେ ସାମୁଦ୍ରିକ କଇଁଚଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ କୁ ନେଇ ଏକ ଜନ ସଚେତନାତା ସଭା ଅନୁଷ୍ଠିତ ହୋଇଥିଲା l ସମୁଦ୍ର ମଧ୍ୟରେ ପରିବେଶ ସନ୍ତୁଳନ ରକ୍ଷା କରିବା ନେଇ ଅଲିଭ ରିଡଲେଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ମତ ପ୍ରକାଶ ପାଇଥିଲା l ତତ ସହିତ ସାମୁଦ୍ରିକ କଇଁଚ ସୁରକ୍ଷା କୁ ନେଇ ଜନ ସଚେତନତା ସୃଷ୍ଟି କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥିଭାବେ ଡି ଏଫ ଓ ଶନି ଖୋଖର, ଏସ ଇ ଏଫ ଦିବ୍ୟ ଶଙ୍କର ବେହେରା, ଯୁବ ପରିବେଶବିତ ରବିନ୍ଦ୍ର ନାଥ ସାହୁ, ରମ୍ଭା ଫରେଷ୍ଟର ରତ୍ନାକର ବେହେରା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ସମ୍ବାଦିକ ମାନଙ୍କ ଏପରି କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ l ଓ ଜେ ୟୁ ଜିଲ୍ଲା ସମ୍ପାଦକ ଶିବ ପ୍ରସାଦ ସାହୁ, ରାଜ୍ୟ ସବ କମିଟି ମହିଳା ଆବାହିକା ବିଜୟଲକ୍ଷ୍ମୀ ମହାଙ୍କୁଡ଼ , ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ ପ୍ରମୁଖ ସାମୁଦ୍ରିକ କଇଁଚ ସୁରକ୍ଷା ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ଶେଷରେ ପ୍ରେସକ୍ଳବ ସମ୍ପାଦକ ବିଦ୍ୟାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲା ଉପ ସଭାପତି ପ୍ରଶାନ୍ତ କୁମାର ମହାରଣା,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରସନ୍ନ କୁମାର ଦାଶ,ସହ ସମ୍ପାଦକ ଟୁଟୁ ମହାପାତ୍ର,ଭଗବାନ ଦାଶ,ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହି,ସରୋଜ କୁମାର ପଟନାୟକ,ପ୍ରଦୀପ କୁମାର ସାହୁ ପ୍ରମୁଖ ଓ ଜେ ୟୁ ଜିଲ୍ଲା କର୍ମକର୍ତ୍ତା, ସଦସ୍ୟ, ସଦସ୍ୟା ଙ୍କ ସହ ବନ କର୍ମଚାରୀ ଉପସ୍ଥିତ ରହି ବେଳାଭୂମି ସଫେଇ କରିଥିଲେ l( ପ୍ରଦୀପ କୁମାର ପଣ୍ଡା)