November 22, 2024

ବାୟାବାବାଙ୍କ ପୀଠରେ ଦୁଇଦିନ ଧରି ଚାଲିଥିବା ଜାଗର ଯାତ୍ରା ଧୂମଧାମର ସହିତ ସମ୍ପନ୍ନ …

Share


ପୁରୀଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଖାଣ୍ଡବବନ ରେ ଥିବା ବାୟାଶ୍ୱର (ବାୟାବାବା )ଙ୍କ ପୀଠରେ ଦୁଇଦିନ ଧରି ଚାଲିଥିବା ଜାଗର ଯାତ୍ରା ଧୂମଧାମ ର ସହିତ ସମ୍ପନ୍ନ ହୋଇଛି l ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଅମୁଲ୍ୟ ଜେନାଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସହଯୋଗ ରେ ସୁନ୍ଦର ଭାବରେ ପରିଚାଳନା କରାଯାଇଥିଲା l ହଜାର ହଜାର ଭକ୍ତ ଏଠାରେ ଜାଗର ଜାଳିବା ସହିତ ରାମ ନାଟକ ଦେଖିଥିଲେ l ଏହି ବାୟାବାବା ପୀଠ ଜାଗର ଯାତ୍ରାକୁ ଭାରତୀୟ ଜନତା ପାର୍ଟି ର ନାରୀନେତ୍ରୀ ଉପାସନା ମହାପାତ୍ର ନିଜେ ରାତିରେ ଆସି ବାବାଙ୍କ ଆଶୀର୍ବାଦ ନେବା ସହିତ ଅର୍ଥଦାନ କରି ଯାଇଥିବା ବେଳେ ପୂର୍ବତନ ଯୋଜନା ବୋର୍ଡ଼ ଅଧକ୍ଷ ସଞ୍ଜୟ କୁମାର ଦାସବର୍ମା ମଧ୍ୟ ନଆସିପାରି ଜାଗର ଯାତ୍ରା ପାଇଁ ସାହାଯ୍ୟ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)