November 21, 2024

ଘଡି କେ ଘୋଡାଛୁଟେ, ବେଗୁନିଆ ବୋଲଗଡ଼ ହେବ କାହାର….

Share

 

ବେଗୁନିଆ-ବୋଲଗଡ଼, (ଉପାନ୍ତ ଖବର):ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀ ଏବେ ସରଗରମ ଦେଖିବାକୁ ମିଳିଛି । ଏବେ ବେଗୁନିଆ ବୋଲଗଡ଼ ୨୦୨୪ ନିର୍ବାଚନ ମଣ୍ଡଳୀରେ ହେବ ଘମାଘୋଟ ଲଢ଼େଇ । ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀ ରେ ଘଡ଼ିକେ ଘୋଡ଼ା ଛୁଟେ । ଆଖି ବୁଜି ଆଖି ଖୋଲିଲା ବେଳକୁ ବଦଳିଯାଏ ନେତା ମାନଙ୍କର ପରିଚୟ । ଏଠି କେଉଁ ନେତା କେଉଁ ଦଳରୁ ଲଢ଼ିବେ ତାହାର ଆଗୁଆ ଆକଳନ କରିବା ମୁସ୍କିଲ୍ । ବର୍ତ୍ତମାନ ୨୦୨୪ ରେ ବେଗୁନିଆ ବୋଲଗଡ଼ ହେବ କାହାର ବହୁତ ଆଶାୟୀ ପ୍ରାର୍ଥୀ । କାହାକୁ ଚାହୁଁଛନ୍ତି ବେଗୁନିଆ ବୋଲଗଡ଼ ବାସୀ। ତାହା ବର୍ତ୍ତମାନ ସନ୍ଦେହ ଘେରରେ । ବର୍ତ୍ତମାନ ବେଗୁନିଆ ରେ ବିଜୁ ଜନତା ଦଳର ପ୍ରବଳ ଆଶାୟୀ ପ୍ରାର୍ଥୀ ଯଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଅଣ୍ଟା ଭିଡ଼ିଛନ୍ତି ତାପରେ କଂଗ୍ରେସରୁ ଆସି ଏବେ ମିଶିଥିବା ବିଜୁ ଜନତା ଦଳରେ ପ୍ରଦୀପ କୁମାର ସାହୁ ସେବି ମଧ୍ୟ ବିଜେଡ଼ି ରୁ ଆଶାୟୀ ଅଛନ୍ତି କାହିଁକିନା ସେ ବେଗୁନିଆ ବୋଲଗଡ଼ ରେ ୨୦୧୯ ରେ ଦ୍ୱିତୀୟ ସ୍ଥାନରେ ଥିଲେ । ବେଗୁନିଆ ବୋଲଗଡ଼ ଜଣାଶୁଣା ସମାଜସେବୀ ଏବଂ ବେଗୁନିଆ ବୋଲଗଡ଼ ମାଟିର ପୁଅ ଭାବେ ମଧ୍ୟ ପ୍ରାୟତଃ ସମସ୍ତେ ଜାଣନ୍ତି ସେହେଲେ ମନୋଜ କୁମାର ପ୍ରଧାନ ଓ ବ୍ରଜବନ୍ଧୁ ସୁବୁଦ୍ଧି ସେ ବି ମଧ୍ୟ ଆଶାୟୀ ସେହିପରି କୈଳାସ ପାତ୍ର ଓରଫ ବୁଟୁ ପାତ୍ର ସେ ବି ବେଗୁନିଆ ବୋଲଗଡ଼ ରେ ନିଜର ପତିଆରା ବିସ୍ତାର କରିବା ପାଇଁ ତାଙ୍କର ପୋଷ୍ଟର ବ୍ୟାନର ମଧ୍ୟ ମାରିଥିଲେ ସେ ବି ବିଧାୟକ ଆଶାୟୀ ପାର୍ଥି ଅଛନ୍ତି ଏହି ସ୍ଥାନରୁ । ସେହିପରି ଭାରତୀୟ ଜନତା ପାର୍ଟି ରେ କିଛି କମ୍ ନାହାଁନ୍ତି ୨୦୧୪ ସାଧାରଣ ନିର୍ବାଚନରେ ବିଜେଡ଼ି ଦଳରୁ ବିଜୟୀ ବିଧାୟକ ହୋଇଥିବା ବର୍ତ୍ତମାନର ଚିଲିକା ବିଧାୟକ ଏବେ ସଜ ସଜ ଭାରତୀୟ ଜନତା ପାର୍ଟି ରେ ମିଶିଥିବା ପ୍ରଶାନ୍ତ କୁମାର ଜଗଦ୍ଦେବ ତାଙ୍କର ମଧ୍ୟ ଭଲ କ୍ରେଜ ଅଛି ବେଗୁନିଆ ବୋଲଗଡ଼ ରେ ସେ ବି ଆଶାୟୀ । ଏପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ବେଗୁନିଆ ବୋଲଗଡ଼ ରେ ପ୍ରତିନିଧିତ୍ଵ କରୁଥିବା ପ୍ରକାଶ ଚନ୍ଦ୍ର ବିଜୁଳି ଓରଫ ସୁଟୁ ବିଜୁଳି ସେ ବି ମଧ୍ୟ ଆଶାୟୀ ବିଜେପି ରୁ । ସେହିପରି ଭାବରେ କଂଗ୍ରେସ ରୁ ବି କିଛି କମ୍ ନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଙ୍କ ପୁଅ ପୃଥ୍ଵୀବଲ୍ଲଭ ପଟ୍ଟନାୟକ ଏବଂ ବେଗୁନିଆ ବୋଲଗଡ଼ ର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର ମହାପାତ୍ର ଙ୍କ ପୁଅ ସଦାଶିବ ମହାପାତ୍ର କଂଗ୍ରେସ କର୍ମୀ ମାନଙ୍କୁ ଏକଜୁଟ କରି ପ୍ରାୟ ସ୍ଥାନରେ ସଭା ସମିତି କରି ବିଧାୟକ ପ୍ରାର୍ଥୀ ହେବାର ଆଶଙ୍କା ରେ ଅଛନ୍ତି । ତେବେ ଦେଖିବାକୁ ବାକି ରହିଲା କିଏ ଏହି ବେଗୁନିଆ ବୋଲଗଡ଼ ର ବିଧାୟକ ମୁକୁଟ ପିନ୍ଧୁଛନ୍ତି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)