ବିଦ୍ୟୁତ ସଂଯୋଗ ପାଇଁ ଦାବି
ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଦୀର୍ଘ ବର୍ଷ ଧରି ଅନ୍ଧକାର ରେ ଲୋକେ । ରମାନଗୁଡା ବ୍ଲକ ଉକୁମ୍ବା ପଞ୍ଚାୟତ ଅନ୍ତର୍ଗତ ବଡ଼ ଗାଜିଲିଗୁଡା ଗ୍ରାମରେ ଦୀର୍ଘ ବର୍ଷ ଧରି ବିଦ୍ୟୁତ ସଂଯୋଗ ନ ଥିବା ଯୋଗୁଁ ଏନେଇ ତୁରନ୍ତ ସଂଯୋଗୀକରଣ କରିବା ନିମନ୍ତେ ଦାବୀ କରାଯାଇଛି । ଆଜି ଏନେଇ ରାମାନଗୁଡା ବ୍ଲକ୍ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଙ୍କ ନେତୃତ୍ୱରେ ଗ୍ରାମବାସୀ ମାନେ ଗୁଣୁପୁର ବିଦ୍ୟୁତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ । ଉକ୍ତ ଗ୍ରାମରେ ପ୍ରାୟ ୬୦ ପରିବାର ବସବାସ କରୁଥିବା ବେଳେ ମାତ୍ର ୫ ପରିବାର ନିଜେ ଟଙ୍କା ଦାଖଲ କରି ସଂଯୋଗ ନେଇଛନ୍ତି । ଅନ୍ୟ ବିପିଏଲ ପରିବାର ଙ୍କୁ ସଂଯୋଗ ଦିଆଯାଇ ନାହିଁ । ବର୍ତ୍ତମାନ ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷା ଚାଲୁଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଥିସହ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ହୀନସ୍ତା ଭୋଗୁଥିବା ମଧ୍ୟ କୁହାଯାଇଛି । ଏନେଇ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ଅବଗତ କରାଇବାରୁ ଆସନ୍ତା ଏକ ସପ୍ତାହ ମଧ୍ୟରେ ବିପିଏଲ କାର୍ଡ ଧାରୀଙ୍କୁ ତୁରନ୍ତ ସଂଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।