March 12, 2026

ଗଣତନ୍ତ୍ରରେ ଚାଷୀର ସାମ୍ବିଧାନିକ ଅଧିକାର ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ…

IMG-20260210-WA0029
Share

 

 

ଅସ୍ତରଙ୍ଗ(ଦୁଃଶାସନ ନାୟକ)ସାରା ରାଜ୍ୟରେ ଧାନ କ୍ରୟ ସମସ୍ୟା ଓ ମଣ୍ଡି ଅବ୍ୟବସ୍ଥା ନେଇ ଚାଷୀ କ୍ରୋଧ ଓ ଅସନ୍ତୋସ ବଢ଼ିଚାଲିଛି।ସରକାର ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସମସ୍ୟା ପ୍ରଶମିତ ହେଲା ବୋଲି ମିଛ କହିବା ଅତ୍ୟନ୍ତ ଲଜ୍ଜ୍ୟା ଜନକ। ଧାନ କିଣା ବିକାରେ ସରକାର, ପ୍ରଶାସନ,ମିଲର ମାନଙ୍କ ସଲା ସୁତୁରାରେ ବ୍ୟାପକ ହେରଫେର, ପ୍ରତି କ୍ୱିଣ୍ଟାଲରେ ୫ କେଜିରୁ ୧୦ କେଜି ପର୍ଯ୍ୟନ୍ତ ବାଧ୍ୟତା ମୂଳକ କଟନି ଛଟନି,ମିଲର ମନମାନିରେ ଧାନ ଉଠିବା,ଜାଣିଶୁଣି ଟୋକନ ଇସ୍ୟୁରେ ବିଳମ୍ବ,ନିର୍ଦ୍ଧାରିତ ସମୟରେ ଧାନ କ୍ରୟ କରା ନ ଯିବାରୁ ଟୋକନ ଲାପ୍ସ,ଗୋଦାମ ଘର ଅଭାବ ଯୋଗୁଁ ଧାନ କିଣାରେ ମନ୍ଥର ଲାଗି ରହିଥିବା ବେଳେ ସରକାର ଅଦ୍ୟାବଧି ଏହି ସମସ୍ୟାଟିର ସମାଧାନ ପାଇଁ ଗୁରୁତ୍ୱ ନଦେଇ ଯେଉଁ ଚାଷୀ ଆନ୍ଦୋଳନ କରୁଛନ୍ତି ସେମାନଙ୍କୁ ନକଲି ଚାଷୀ କହିବା ଗଣତନ୍ତ୍ରରେ ଏହା ଏକ ହୀନ ମାନ୍ୟତାର ପରିଚୟ ବୋଲି କହିଛନ୍ତି ଅଖିଳ ଭାରତ କିଶାନ କଂଗ୍ରେସ ର ରାଷ୍ଟ୍ରିୟ ସଂଯୋଜକ ଅମୀୟ କୁମାର ପଟ୍ଟନାୟକ। ଚଳିତ ବର୍ଷ ୧୫୦ କ୍ୱିଣ୍ଟାଲ ଜଣେ ଚାଷି ଧାନ ବିକ୍ରି କରିବେ ବୋଲି ସିିଲିଂ କରାଯାଇଛି।ମୋଟ ୫ ଏକର ଜମିରୁ ଏକର ପିଚ୍ଛା ୧୯ କ୍ୱିଣ୍ଟାଲ ହିସାବରେ ଧାନ କ୍ରୟ କରାଯିବ। ଯଦି ବଡ଼ ଚାଷୀଙ୍କ ଠାରୁ ଏହି ହିସାବରେ ୯୫ କ୍ୱିଣ୍ଟାଲ ଧାନ କ୍ରୟ କରାଯାଏ ସରକାର କିପରି ଚଳିତ ଥର ୧୫୦ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ସିଲିଂ କରିଛନ୍ତି ଏହା ଚାଷୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଗତ ନଭେମ୍ବର ୧ ରୁ ମାର୍ଚ୍ଚ ୩୧ ମଧ୍ୟରେ ଚାଷୀଙ୍କ ପାଖରେ ଯେତେ ବଳକା ଧାନ ଅଛି କ୍ୱିଣ୍ଟାଲ ପ୍ରତି ୩୧୬୯ ଟଙ୍କା ଦେଇ ବ୍ୟବସ୍ଥିତ ଢଙ୍ଗରେ ସବୁ ବଳକା ଧାନ କିଣାଯିବା କଥା।କେନ୍ଦ୍ର ସରକାର ଧାନର ସଂଗ୍ରହ ମୂଲ୍ୟ ଉପରେ ୬୯ ଟଙ୍କା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ୬୯ ଟଙ୍କା ଚାଷୀଙ୍କୁ ଦିଆଯାଉନାହିଁ।ଏବେ ଚାଷୀଙ୍କ ଠାରୁ ସବୁ ବଳକା ଧାନ କିଣା କ୍ଷେତ୍ରରେ ସରକାର ୨୦୨୪ ସାଧାରଣ ନିର୍ବାଚନରେ ଚାଷୀଙ୍କୁ ଦେଇଥିବା ୮୦୦ ଟଙ୍କା ଇନପୁଟ୍ସ ସହାୟତା ନେଇ ଅକଳରେ ପଡ଼ିଛନ୍ତି।ତେଣୁ ରାଜ୍ୟ ସରକାରଙ୍କ ଧାନ କିଣା କ୍ଷେତ୍ରରେ ଏପରି ବାଚାଳାମି ଯୋଗୁଁ ଗଣତନ୍ତ୍ରରେ ଚାଷୀର ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।ଏଣୁ କାଳ ବିଳମ୍ବ ନ କରି ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମଣ୍ଡି ଗୁଡ଼ିକରେ ଷ୍ପେସାଲ ସ୍କ୍ୱାର୍ଡ ନିୟୋଜିତ,୧୫୦ କ୍ୱିଣ୍ଟାଲ ସିଲିଂ ସର୍ତ୍ତ ତୁରନ୍ତ ପ୍ରତ୍ୟାହାର, ରେଜେଷ୍ଟ୍ରିଭୁକ୍ତ ସମସ୍ତ ଚାଷୀଙ୍କ ଠାରୁ ସବୁ ଧାନ କିଣିବା ଓ ଚାଷୀଙ୍କ ଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ,କଟନି ଛଟନି ସମ୍ପୂର୍ଣ୍ଣ ବନ୍ଦ ଏବଂ ଯେଉଁ ଚାଷୀଙ୍କ ଟୋକନ୍ ଲାପ୍ସ କରିଛି ପୁନଶ୍ଚ ଟୋକନ ଅବଧି ଆଉ ୧ ମାସ ବୃଦ୍ଧି କରିବା ପାଇଁ ପିସିସି ସମବାୟ ପ୍ରକୋଷ୍ଠ ପକ୍ଷରୁ ଏକ ଦାବୀପତ୍ର ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।ଏହି ମର୍ମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ତଥା ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ ପ୍ରମୁଖ ପ୍ରତି ଜିଲ୍ଲାର ଚାଷୀ ନେତା ମାନେ ସରକାରଙ୍କ ଏପରି ନୀତିକୁ ନାପସନ୍ଦ କରିଛନ୍ତି।