May 10, 2026

ରାସ୍ତା ପାର୍ଶ୍ବ କୁ ଖସିଲା ଯାତ୍ରୀବାହି ବସ ୨୫ ଆହତ ୪ ଗୁରୁତର..

IMG-20250210-WA0047
Share

 

ବୋଲଗଡ(ସୁଶାନ୍ତ କୁମାର ପ୍ରଧାନ) ବୋଲଗଡ଼ ତହସିଲ ଛକ ନିକଟସ୍ଥ ଟ୍ୟାକ୍ସି ଷ୍ଟାଣ୍ଡ ମଧ୍ୟକୁ ଦୃତଗତିରେ ଯାଉଥିବା ଏକ ଯାତ୍ରୀବାହି ବସ ଖସିପଡ଼ିଛି।ବସ୍ ଟି ଭୁବନେଶ୍ୱର ରୁ ବୁଗୁଡ଼ା ଯାଉଥିବା ବେଳେ ଏଥିରେ ଯାତ୍ରା କରୁଥିବା ପ୍ରାୟ ୪୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ଥିବା ସୂଚନା ମିଳିଛି।ଘଟଣା ଅନୁଯାୟୀ ଭୁବନେଶ୍ୱର ରୁ ବୁଗୁଡ଼ା ଯାଉଥିବା ନାରାୟଣୀ ନାମ୍ନୀ ଯାତ୍ରୀବାହି ବସ(ଓଡ଼ି ୦୨ ବିସି ୪୦୨୩)ଟି ଅପରାହ୍ନ ପ୍ରାୟ ୪ ଟା ସମୟରେ ବଲାଙ୍ଗୀର ଖୋର୍ଦ୍ଧା ଜାତୀୟ ରାଜପଥର ବୋଲଗଡ଼ ତହସିଲ ଛକ ନିକଟରେ ହଠାତ ଡାହାଣ ପାର୍ଶ୍ଵ କୁ ମାଡ଼ିଯାଇ ରାସ୍ତାର ୪ ଫୁଟ ତଳେ ଥିବା ଟ୍ୟାକ୍ସି ଷ୍ଟାଣ୍ଡ ମଧ୍ୟକୁ ଖସି ପଡିଥିଲା।ତେବେ ଗାଡ଼ିଟି ରାସ୍ତା ପାର୍ଶ୍ବ ଏକ ଆମ୍ବ ଗଛର ଡାଳକୁ ଜୋରରେ ଧକ୍କା ହେବା କାରଣରୁ ଲାଖି ଯାଇ ପଲଟିବା ରୁ ରକ୍ଷା ପାଇ ଯାଇଥିଲା। ଗାଡିଟିର ସମ୍ମୁଖ ଭାଗ କାଚ ଭାଙ୍ଗି ଅନେକ ଯାତ୍ରୀ ସାମ୍ନାକୁ ଛିଟିକି ଯାଇଥିବା ବେଳେ ଅଧିକାଂଶ ଯାତ୍ରୀ ଗାଡ଼ି ମଧ୍ୟରେ ଚାପି ହୋଇ ତଥା ଧକ୍କା ଖାଇ ଆହତ ହୋଇଥିଲେ।ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦମକଳ ଗାଡ଼ି ଓ ଆମ୍ବୁଲାନ୍ସ ସହାୟତାରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।ସେଠାରେ ଡାକ୍ତର ଆହତଙ୍କୁ ଚିକିତ୍ସା କରିଥିବା ବେଳେ ଗୁରୁତର ଥିବା ଗାଡ଼ି ଡ୍ରାଇଭର ଚରଣ ପ୍ରଧାନ, ହେଲ୍ପର ଅଶୋକ ପାତ୍ର,କଣ୍ଡକ୍ଟର ରାଜେଶ ସାହୁ ଓ ଯାତ୍ରୀ କାର୍ତ୍ତିକ ନାୟକଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ପ୍ରେରଣ କରିଛନ୍ତି।ବୋଲଗଡ଼ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ରହି ଆହତ ଙ୍କୁ ଚିକିତ୍ସା ଯୋଗାଇ ଦେଇଛନ୍ତି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।