May 13, 2025

ପୂର୍ବତନ ସୈନିକ ପରିବାର ର ବନ୍ଧୁ ମିଳନ ଉତ୍ସବ ..

Share

 

ରଘୁନାଥପୁର

 

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ଅଧିନସ୍ତ ଅବସରପ୍ରାପ୍ତ ସୈନିକ ବନ୍ଧୁ ମାନେ ରଘୁନାଥପୁର ସ୍ଥିତ ଆମ ଘର ନାମକ ମଣ୍ଡପ ରେ ପରିବାର ସହିତ ଆୟୋଜନ କରିଥିଲେ ଏକ ଭବ୍ୟ ବନ୍ଧୁ ମିଳନ l ଏହି ମିଳନ ମଞ୍ଚକୁ ପରିଚାଳନା କରିଥିଲେ ଦୁଷ୍ମନ୍ତ ମହାନ୍ତି, ଏବଂ ସୈନିକ ବନ୍ଧୁ ମାନଙ୍କ ପତ୍ନୀ ଙ୍କୁ ନେଇ ଆୟୋଜନ କରିଥିଲେ ମ୍ୟୁଜିକ ଚେୟାର ପ୍ରତିଯୋଗିତା l ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ପୂର୍ବତନ ସୈନିକ ପରିବାରର ସଭାପତି ସୁଶାନ୍ତ ଚରଣ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ହୋଇଥିବା ବେଳେ,ସମ୍ପାଦକ ବିରଞ୍ଚି ନାରାୟଣ ମହାନ୍ତି ଙ୍କ ଅକ୍ଲାନ୍ତ ପ୍ରଚେଷ୍ଟା ରୁ ଏହା ସମ୍ଭବ ହୋଇପାରିଛି ବୋଲି ମତ ପ୍ରକାଶ କରିଥିଲେ ବନ୍ଧୁମାନେ l ନିଜ ନିଜର ପୁଅଝିଅ ମାନଙ୍କୁ ସୈନ୍ୟ ବିଭାଗରେ ଜଣେ ଜଣେ ପ୍ରଶାସନ ଅଧିକାରୀ କରି ଗଢି ତୋଳିବାକୁ ସୈନିକ ବନ୍ଧୁମାନେ ନିଜ ବକ୍ତବ୍ୟରେ ପ୍ରୋତ୍ସାହନ ଦେଇ ଥିବାର ଶୁଣିବାକୁ ମିଳିଥିଲା l ଜୀବନର ସବୁ ସମୟ ଦେଶମାତୃକା ସେବାରେ ଉତ୍ସର୍ଗ କରିବା ପରେ ଅବସର ନେବାର ମିଳନ ଉତ୍ସବ ସମସ୍ତ ବନ୍ଧୁ ମାନଙ୍କୁ ବେଶ ଆନନ୍ଦ ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା l କେହି କେହି ବନ୍ଧୁ ଓ ବନ୍ଧୁ ପତ୍ନୀ ମାନେ ଭକ୍ତି ସଂଗୀତ ଗାନ କରି ସଭାକୁ ଉଦ୍ଦୀପନା ଭରିଦେଇଥିଲେ l ମଧ୍ୟାନ୍ନଭୋଜନ ପରେ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ, ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବନ୍ଧୁପତ୍ନୀ ମାନଙ୍କୁ ଉପହାର ପ୍ରଦାନ କରିଥିଲେ ୧୯୭୧ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ଭେଟେରାନ ସୈନିକ ଦୁଷ୍ମନ୍ତ ମହାନ୍ତି ଏହି ସମସ୍ତ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ l ସେମାନଙ୍କ ମଧ୍ୟରେ ଭଞ୍ଜ କିଶୋର ବେହେରା,

ମାଧବ ଚନ୍ଦ୍ର ସ୍ୱାଇଁ, ବିନୋଦ ବିହାରୀ ମହାନ୍ତି,ଚିତ୍ତରଞ୍ଜନ ଗୋଛାୟତ,ପ୍ରଦୀପ ମୁଦୁଲି,ଏ.କେ ରାୟ, ଜିତେନ୍ କୁମାର ପ୍ରଧାନ, ଅଭୟ କୁମାର ସାହୁ,ଗୋପାଳ ଓଝା, ଆର.ଏନ. ପଣ୍ଡା ଏବଂ ଅଭୟ କୁମାର ମଲ୍ଲିକ ସହଯୋଗ କରିଥିଲେ ଲ

 

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର ।