May 11, 2026

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ରାମସା ଛକରେ ନୂତନ ନଳକୂପ ଖନନ ପାଇଁ ଦାବୀ………….

IMG-20250210-WA0009
Share

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ରାମସା ଛକ ନିକଟରେ ପ୍ରଶାସନ ପକ୍ଷରୁ ନୂତନ ନଳକୂପ ଖନନ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବୀ ହୋଇଛି।ଛକ ନିକଟରେ କୌଣସି ନଳକୂପ ନଥିବା ବେଳେ ଯାତ୍ରୀ ମାନେ ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।

ସୂଚନା ପ୍ରକାରେ ରାମସା ଛକରେ ବେଳଝରି ଗ୍ରାମ ସହ ମେରଦାନଗୁଡା, ସିର୍ମାଗୁଡା, ଡ଼ୁମରପଦର, ସିନ୍ଦକାଗୁଡା, ବଡ଼ ରାମସା, ସାନ ରାମସା, ବାଗଗୁଡା, ପାଉରବେଲି ଭଳି ବିଭିନ୍ନ ଗ୍ରାମର ଯାତ୍ରୀମାନେ ଝରିଗାଁ, ଡାବୁଗାଁ, ଉମରକୋଟ, ନବରଙ୍ଗପୁର ଭଳି ବିଭିନ୍ନ ଗ୍ରାମକୁ ଯିବା ପାଇଁ ଏହି ଛକରେ ଅପେକ୍ଷା କରିଥାନ୍ତି।ସେହିପରି ସୋମବାର, ଗୁରୁବାର, ଶୁକ୍ରବାର ଓ ଶନିବାର ଦିନ ମାନଙ୍କରେ ବିଭିନ୍ନ ହାଟକୁ ଯିବା ଆସିବା ଲୋକ ମାନଙ୍କ ଭିଡ଼ ଛକରେ ହୋଇଥାଏ।ତେବେ ଛକରେ କୌଣସି ନଳକୂପ ନଥିବା ଯୋଗୁଁ ଲୋକ ମାନେ ୭୦୦ ମିଟର ଦୂରରେ ଥିବା ଗୋପାଳଗୁଡ଼ା ଗ୍ରାମ କିମ୍ବା ୯୦୦ ମିଟର ଦୂରରେ ଥିବା ସାନ ରାମସା ଗ୍ରାମ ନିକଟରେ ଥିବା ନଳକୂପ ଉପରେ ନିର୍ଭର କରୁଛନ୍ତି।ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏକ ନୂତନ ନଳକୂପ ଖନନ କରିବା ପାଇଁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି।