February 22, 2025

ଉମରକୋଟ ଅନ୍ତର୍ଗତ ବେହେଡ଼ା ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୂଣ ଓଡ଼ିଶା ଶିଶୁ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି…….

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୁଣ ଓଡ଼ିଶା ଶିଶୁ ମେଳା -୨୦୨୫ ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହେଡ଼ା ପରିସର ଠାରେମହା ସମାରୋହରେ ପାଳିତ ହୋଇଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ବିଷ୍ଣୁ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ନିପୁଣ ଓଡ଼ିଶା ମେଳାକୁ ଆମନ୍ତ୍ରିତ ମୁଖ୍ୟ ଅତିଥି ବେହେଡ଼ା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପ୍ରମିଳା ଗଣ୍ଡ ଓ ବରଣ୍ୟ ଅତିଥି ସୁକିଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ସୁବାଷ ସାନ୍ତା ପ୍ରଦୀପ ପ୍ରଜ୍ଜଳନ ଓ ପୁଷ୍ପାଞ୍ଜଳି ଅର୍ପଣ କରି ଶୁଭ ଉଦଘାଟନ କରିଥିଲେ। ସିଉନାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଠ ପ୍ରଧାନ ଶିକ୍ଷକ ଶ୍ରୀ ଟୁଟୁବାବୁ ପଟ୍ଟନାୟକ ଆୟୋଜିତ କାର୍ଯ୍ୟକ୍ରମ ନିପୁଣ ଓଡ଼ିଶା ର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବିଶଦ ବିବରଣୀ ଉପସ୍ଥାପନ କରି ସଭାକୁ ପରିଚାଳନା କରିଥିଲେ। ବେହେଡ଼ା ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ସାମଲ ସ୍ୱାଗତ ଅଭିଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ସ୍ତରୀୟ ବରିଷ୍ଠ ପ୍ରଧାନ ଶିକ୍ଷକ ସମୂହ ଶ୍ରୀ ଫନିନ୍ଦ୍ର ଗାଇନ, ଶ୍ରୀ ବିମଲ ବରୋଇ,ଶ୍ରୀ ରାମକୃଷ୍ଣ ମାଝୀ ଓ ଅଭିଭାବକ, ଗୋଷ୍ଠୀ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ଓ ଶିକ୍ଷକ ତଥା ଅଭିଭାବକ ମାନଙ୍କ ମଧ୍ୟରେ ନିପୁଣ ଓଡ଼ିଶା ମେଳା ର ଶପଥ ପାଠ କରାଯାଇଥିଲା। ଏହାପରେ ବେହେଡ଼ା ବିଦ୍ୟାଳୟ ର କୁନି କୁନି ପୁଅ ଝିଅ ମାନଙ୍କ ଦ୍ୱାରା ନିପୁଣ ଓଡ଼ିଶାର ଏକ ଚିତ୍ର ପଟ୍ଟ ସୁନ୍ଦର ନାଚ ସଂଗୀତ ମଞ୍ଚ ପରିବେଷଣ କରିଥିଲେ। ନିପୁଣ ଓଡ଼ିଶା ର ମୁଖ୍ୟ ଲକ୍ଷ୍ୟ ପ୍ରଥମ ରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ମାନଂକର ଶିକ୍ଷାଦାନ ଶିକ୍ଷଣ କାର୍ଯ୍ୟକୁ ସହଜରେ ବୁଝିପାରି କହିପାରିବେ ଓ ଲେଖିପାରିବେ। ଏଫ. ଏଲ. ଏନ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀ ମାନଙ୍କୁ ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ସୃଜନ ଶୀଳ କାର୍ଯ୍ୟଦକ୍ଷତା ର ବିକାଶ ପାଇଁ ରାଜ୍ୟ ଶିକ୍ଷା ମନ୍ତ୍ରଣାଳୟ ରୁ ଏହି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରାଯାଇଥିଲା। ଏହି ନିପୁଣ ଓଡ଼ିଶା ମେଳାରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସେଲ୍ଫି ପଏଣ୍ଟ ର ଉପଲବ୍ଧ ଥିଲା। ଶିକ୍ଷାଦାନ ଶିକ୍ଷଣ କାର୍ଯ୍ୟର ବିକାଶ ନିମନ୍ତେ ଶିକ୍ଷଣ ସାମଗ୍ରୀ ର ଆବଶ୍ୟକତା ହେତୁ ଏକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶନୀ ମେଳା କରାଯାଇଥିଲା। ଏଥିରେ କ୍ଲଷ୍ଟର ସ୍ତରୀୟ ୧୬ ଗୋଟି ବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପ୍ରତ୍ୟେକ ବିଦ୍ୟାଳୟ ରୁ ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ସୃଜନ ଶୀଳ କାର୍ଯ୍ୟଦକ୍ଷତା ର ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ଏହି ଶିକ୍ଷଣ ସାମଗ୍ରୀ ଉପରେ ଦୃଷ୍ଟି ଆକର୍ଷଣ ଓ ଅନୁଧ୍ୟାନ କରି ବିଚାରକ ମଣ୍ଡଳୀ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ନିର୍ଣ୍ଣୟ କରିଥିଲେ। ଭଲ ପ୍ରଦର୍ଶନ କରିଥିବା ବିଦ୍ୟାଳୟର କୁନି କୁନି ପିଲାମାନଙ୍କୁ ଉତ୍ସାହ କରି ପୁରସ୍କାର ଦେବା ସହିତ ବିଦ୍ୟାଳୟ ଗୁଡିକୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ସମେତ ଶିକ୍ଷକ, ଅଭିଭାବକ ଓ ଅନ୍ୟାନ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ଦିଗରେ ପ୍ରମୁଖ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ପରିଶେଷରେ ଅତ୍ର ଶିକ୍ଷାନୁଷ୍ଠାନର ଶିକ୍ଷକ ଶ୍ରୀ ବିରଞ୍ଚି ସୁନାନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।