September 24, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ରେ ସ୍ୱତନ୍ତ୍ର ଗ୍ରାମସଭା ପାଳିତ………..

IMG-20250210-WA0002
Share

 

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ବେହେଡା ଗ୍ରାମପଞ୍ଚାୟତ ଠାରେ ଗ୍ରାମସଭା ପାଳିତ ହେଲା l ଏଥିରେ ସରପଞ୍ଚ ପ୍ରମିଳା ଗଣ୍ଡ, ସମିତି ସଭ୍ୟ, ସମସ୍ତ ୱାର୍ଡ ମେମ୍ବର, ଶିକ୍ଷକ, ଅଙ୍ଗନୱାଡି କର୍ମୀ, ବିଭିନ୍ନ ଗ୍ରାମର ଲୋକଙ୍କୁ ନେଇ ଗ୍ରାମସଭା ହୋଇଛି l ଲିମାଗୁଡା ଠାରୁ ଶୀଉନାଗୁଡା ପିଚୁ ରାସ୍ତା, ସ୍କୁଲ ପାଚେରୀ, ଲିମାଗୁଡା ଠାରୁ ନାଙ୍ଗାଗୁଡ଼ା ପିଚୁ ରାସ୍ତା ସହ ହାଟରେ ଗୃହ ନିର୍ମାଣ ଓ ହାଟରେ ନଳକୂପ ନିର୍ମାଣ, ନାଙ୍ଗାଗୁଡ଼ା ସ୍କୁଲରେ ବାଳିକା ଶୌଚlଳୟ ଶହ ପାଚେରୀ ନିର୍ମାଣ, ଗାଁରେ କଂକ୍ରିଟ ରାସ୍ତା, ଧୂଣ୍ଡିବେଡା ସ୍କୁଲରେ ପାଚେରୀ, ଗାଁ କଂକ୍ରିଟ ରାସ୍ତା, ଭାଲୁଗୁଡା ସ୍କୁଲରେ ପାଚେରୀ ଶହ ଗାଁରେ କଂକ୍ରିଟ ରାସ୍ତା, ତୁମ୍ବାରିଲ୍ୟାଗୁଡା ରାସ୍ତା ପିଚୁ ଶହ ସ୍କୁଲ ପାଚେରୀ, ବେହେଡା ତାରିଣୀ ମନ୍ଦିରରେ ଲୋକପାଇଁ କଲ୍ୟାଣମଣ୍ଡପ, ପାଚେରୀ, ସୌନ୍ଦର୍ଯ୍ୟ କରଣ ପାଇଁ କମିଟି ଦାବି ଜଣାଇଥିଲେ l ଶିବ ମନ୍ଦିର ପାଚେରୀ, ଲୋକ ବସି ଖାଇବାପାଇଁ ଗୃହ ନିର୍ମାଣ, ସୌନ୍ଦର୍ଯ୍ୟ କରଣ, ନୂଆଗୁଡା ଗାଁ ର ମଧ୍ୟ ବିଭିନ୍ନ କାମପାଇଁ ଲୋକ ଦାବି

ଜଣାଇଥିଲେ l ତାରିଣୀ ମନ୍ଦିର ଠାରୁ ବୋଲଗୁଡା ପିଚୁ ରାସ୍ତା, କଲଭେଟ, ସିମେଣ୍ଟ ରାସ୍ତା l ଲିମାଗୁଡା ର କଂକ୍ରିଟ ରାସ୍ତା, ଡାଇବେଡା ସିମେଣ୍ଟ ରାସ୍ତା, ବେହେଡା ବସ୍ ଷ୍ଟାଣ୍ଡ ର ବୁଚିଆ ମଠ ଉର୍ନ୍ନତି କରଣ, ଧୂନିମନ୍ଦିର ସୌନ୍ଦର୍ଯ୍ୟ କରଣ, ଜଡ଼ାପଦାର ପୋଖରୀରେ ପାହାଚ, ଶିରୀଗୁଡା ଠାକୁରାଣୀ ମନ୍ଦିରରେ ପାଚେରୀ, ନଳକୂପ ଇତ୍ୟାଦି ଲୋକ ଦାବି ଜଣାଇ ଛନ୍ତି l

ପିଇଓ ସପନ ସରକାର, ଦେବାଶ୍ରିତ ମହାପାତ୍ର, ମୁନା ପାଣିଗ୍ରାହୀ, ଚନ୍ଦନ ଗଣ୍ଡ ପ୍ରତେକ ଗାଁ ର ଗ୍ରାମବାସୀ ମାନେ ଆକ୍ସନ ପ୍ଲାନ ପାଇଁ ଦାବି କରିଥିଲେ l