ପଶ୍ଚିମାଞ୍ଚଳର ଇତିହାସ ଖୁବ ସମୃଦ୍ଧ କିନ୍ତୁ ଲୋକଲୋଚନ ବାହାରେ….
ସମ୍ବଲପୁର: ସମ୍ବଲପୁର ମହୋତ୍ସବର ଆଲୋଚନା ଚକ୍ରର ପ୍ରଥମ ଦିନର ପ୍ରଥମ ଅଧିବେଶନରେ ‘ପଶ୍ଚିମାଂଚଲର୍ ସମୃଦ୍ଦ ଅତୀତକେ ଇତିହାସ୍ଥି ଉଚିତ୍ ଠାନ୍ ଦିଆଯାଇଛେ କାଏଁ? ‘ବିଷୟରେ ଆଲୋଚନା ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ସଭାପତିତ୍ବ କରିଥିଲେ ବର୍ଷିଆନ୍ ସାହିତ୍ୟିକ ତଥା ଭୀମ ଭୋଇ ଚେଆର୍ ର ଅଧ୍ୟକ୍ଷ ଡ଼. ପ୍ରଦୀପ ପଣ୍ଡା। ଆଲୋଚନାକୁ ଆରମ୍ଭ କରି ସାହିତ୍ୟିକ ମୋହନ ସାହୁ କହିଥିଲେ ଯେ ଆଂଚଳିକ ହେଉ ବା ଜାତୀୟ,ପଶ୍ଚିମାଂଚଳର ସମୃଦ୍ଦ ଅତୀତକୁ ସଠିକ୍ ସ୍ଥାନ ମିଳିନାହିଁ। ଏ ଅଂଚଳରେ ପ୍ରାକ୍ ଐତିହାସିକ କାଳରୁ ଆଧୁନିକ ସମୟ ପର୍ଯ୍ୟନ୍ତ ଇତିହାସରେ ଅନେକ ଏପରି ଘଟଣା ଘଟିଛି ଯାହା ଜାତୀୟ ସ୍ତରରେ ମଧ୍ୟ ଆଲୋକିତ ହେବା ଉଚିତ୍। ମହାନଦୀର ଅବବାହିକା ହେଉ ବା ଏ ଅଂଚଳର ଅନ୍ୟାନ୍ୟ ଅଂଚଳ ହେଉ,ଅନେକ ଗୁରୁତ୍ବପୂର୍ଣ ସଂଘଟନ ଜାତୀୟ ଓ ଅନ୍ତର୍ଜାତୀୟ ଗୁରୁତ୍ବ ବହନ କରେ। ବୀର ସୁରେନ୍ଦ୍ର ସାଏଙ୍କ ସହଯୋଗୀମାନଙ୍କ ଇତିହାସ ଅନାଲୋକିତ। ହୀରାକୂଦ ଜଳବୁଡ଼ଂ ଲୋକଙ୍କ ଦୁର୍ଦ୍ଧଶା ଅଲିଖିତ ରହିଯାଇଛି। ଆଲୋଚନାରେ ଭାଗ ନେଇ ସାଧକଶ୍ରୀ ସଦାନନ୍ଦ ପଣ୍ଡା ମତ ଦେଇ ଥିଲେ ଯେ ଅଂଚଳର ଏପରି ସମସ୍ତ ବିଷୟ ପ୍ରତି ପଶ୍ଚିମାଂଚଳରେ ଥିବା ବିଶ୍ବ ବିଦ୍ୟାଳୟ ଗୁଡ଼ିକର ଇତିହାସ ବିଭାଗର ଅଧ୍ୟାପକମାନେ ନିଜ ନିଜର ଛାତ୍ରଛାତ୍ରୀମାନକଙ୍କ ସହ ମିଶି ଏ ଦିଗରେ ଖୋଜ୍ କରି ଇତିହାସକୁ ଲିପିବଦ୍ଧ କରିବା ଉଚିତ୍। ଅଧ୍ୟାପକ ତୁଷାର ରଂଜନ ବାରିକ ଆଲୋଚନାକୁ ପରିଚାଳନା କରି ପଶ୍ଚିମାଂଚଳର ଇତିହାସକୁ ପୂର୍ଣାଙ୍ଗଭାବେ ଆମେ ନିଜେ ସଂକଳିତ କରିବାକୁ ପ୍ରସ୍ତାବ ଦେଇଥିଲେ। ଆଲୋଚନା ଆରମ୍ବରେ ମହୋତ୍ସବର ସଂଯୋଜକ ସପନ ମିଶ୍ର ଆଲୋଚନାର ନିଷ୍କର୍ଷକୁ ନିର୍ଦ୍ଧିଷ୍ଟ କତ୍ତୃପକ୍ଷଙ୍କୁ ଲିଖିତ ଭାବରେ ଜଣାଇ ଦିଆଯିବ ବୋଲି କହିଥିଲେ। ଶେଷରେ ଶ୍ରୀ ତୁଷାର ରଂଜନ ବାରିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।(ରାଜାରାମ ଷଡଙ୍ଗୀ)