November 22, 2024
Share

➡️୧-ପରଲୋକରେ ଗଂଜାମର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ l ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲରେ ଗତକାଲି ରାତି ୧୨ଟା ୪୪ ମିନିଟରେ କଲେ ଶେଷ ନିଶ୍ୱାସ ତ୍ୟାଗ l ଗତକାଲି ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ମହାପ୍ରଭୁଙ୍କ ମନଲୋଭା ରଥ ନିର୍ମାଣ ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଜଙ୍ଗଲରୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥକାଠ, ଆସନ୍ତା ୧୪ ତାରିଖ ଦିନ ପବିତ୍ର ଶ୍ରୀପଞ୍ଚମୀ ଦିନ ରଥକାଠ ପୂଜାର୍ଚ୍ଚନା ହେବ।

➡️୩-ପାତାଳୀ ଶ୍ରକ୍ଷେତ୍ରରୁ ପୁରୀକୁ ଗଡ଼ିଲା ଟ୍ରେନ । ଗତକାଲି ପ୍ରଥମ ଥର ସୋନପୁର ଷ୍ଟେସନରୁ ପୁରୀ ଗଡ଼ିଛି ଟ୍ରେନ୍‌ । ଗତ ୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋନପୁର ଷ୍ଟେସନ ଓ ଏକ ନୂତନ ଏକ୍ସପ୍ରେସ ପୁରୀରୁ ସୋନପୁରକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

➡️୪-ସ୍ଵର୍ଗଦ୍ଵାର ପରିସରରେ ଶବଦାହ ରେଜିଷ୍ଟ୍ରେସନ୍ ପାଇଁ ଆସିଲା ସ୍ଵର୍ଗଦ୍ଵାର ମୋବାଇଲ ଆପ୍, ଲୋକାର୍ପଣ କଲେ ପୁରୀ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ l ତିନୋଟି ଭାଷାରେ ମିଳିବ ସୂଚନା l

➡️୫-୨ଟି କାର୍ଯ୍ୟ ଦିବସ ପୂର୍ବରୁ ସରିଲା ଷୋଡ଼ଶ ବିଧାନସଭାର ବଜେଟ ଅଧିବେଶନ l ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି l ଏଥର ମୋଟ ୫ ଦିନ ଚାଲିଲା ବିଧାନସଭାର ବଜେଟ ଅଧିବେଶନ l

➡️୬-ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ରରଣ ସିଂହ ଓ ବୈଜ୍ଞାନିକ ଡକ୍ଟର ଏମଏସ ସ୍ୱାମୀନାଥନଙ୍କୁ ମିଳିଲା– ଭାରତ ରତ୍ନ l ଘୋଷଣା କଲେ କେନ୍ଦ୍ର ସରକାର ।

➡️୭-ବାଲେଶ୍ବରରେ ବିଶ୍ବସ୍ତରୀୟ ରେଳଷ୍ଟେସନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୯୭ କୋଟି ଟଙ୍କା। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅର୍ଥ କଲେ ମଞ୍ଜୁର l

➡️୮-ଏଣିକି କିଛି ମାସ ମଧ୍ୟରେ ‘ଏକ୍ସ’ରେ ମିଳିବ ଅଡିଓ, ଭିଡିଓ କଲ୍‌ ସୁବିଧା l ୨୦୨୨ରେ ଟ୍ବିଟର୍‌କୁ ମସ୍କ କିଣିବା ପରେ ସେଥିରେ ବହୁ ପରିବର୍ତ୍ତନ କରିସାରିଲେଣି l

➡️୯-କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ୨୦୨୩-୨୪ ଆର୍ଥିକ ବର୍ଷରେ ଏହାର ସଦସ୍ୟମାନଙ୍କୁ କମ୍ ସୁଧ ଦେବ। ସୁଧ ନିଷ୍ପତ୍ତି ଗ୍ରହଣ କରୁଥିବା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ଏଥର ୮ ପ୍ରତିଶତ ସୁଧ ଲାଗି ପ୍ରସ୍ତାବ ଦେବ ବୋଲି ଚର୍ଚ୍ଚା ହେଉଛି।

➡️୧୦-ପ୍ରଭାସଙ୍କ ଆକ୍ସନ ଥ୍ରିଲର ସାଲାର ହିନ୍ଦି ଭାଷାରେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ଆସନ୍ତା ୧୬ ଫେବୃଆରୀ ୨୦୨୪ରେ ହେବ ରିଲିଜ ।

➡️୧୧-ଏଥର ୨୦୨୪ ନିର୍ବାଚନରେ ଭୋଟ ଦେବେ ୯୬.୮୮ କୋଟି, ୨ କୋଟିରୁ ଅଧିକ ଯୁବ ଭୋଟର ହେଲେ ସାମିଲ l

➡️୧୨-ଭିଜିଲାନ୍ସ ଜାଲରେ ଡାକ୍ତର, ହାଇଡ୍ରୋସିଲ୍ ଅସ୍ତ୍ରାପଚାର ପାଇଁ ୬ ହାଜର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସର୍ଜନ ସୌରଭ ସୁପ୍ରିତ ।

➡️୧୩-Instagram ୟୁଜର୍ସଙ୍କ ପାଇଁ ଖୁସି ଖବର, ଖୁବଶିଘ୍ର ଆସୁଛି AI ଫିଚର, ଏଣିକି ଆଉ କରିବାକୁ ପଡିବନି ଟାଇପ୍‌ l

➡️୧୪-କର୍ଣ୍ଣାଟକରେ ବ୍ୟାନ୍ ହେଲା ହୁକା । ଏଣକି ହୁକା ଟାଣିପାରିବେନି ଲୋକେ । ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଲେ କର୍ଣ୍ଣାଟକ ସରକାର।

➡️୧୫-ଉତରାଖଣ୍ଡରେ ପ୍ରବଳ ଉତେଜନା । କେଉଁଠି ପୋଡ଼ାଜଳା ତ ପୁଣି କେଉଁଠି ଭଙ୍ଗାରୁଚା l ମଦ୍ରାସ ଭଙ୍ଗାଯିବା ପରେ ହଲଦୱାନୀରେ ଜୋରଦାର ହଙ୍ଗାମା ସହ ହିଂସା,୫ରୁ ଅଧିକ ମୃତ l

➡️୧୬-ପଡିଲା ନିର୍ବାଚନର ପ୍ରଭାବ, ପାକିସ୍ତାନ ସେୟାର ବଜାରରେ ହା ହା କାର, କରାଚୀ ଷ୍ଟକ୍ ଏକ୍ସଚେଞ୍ଜରେ ୧୭୦୦ ପଏଣ୍ଟ ହେଲା ହ୍ରାସ l

➡️୧୭-ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି)ଙ୍କ ନିର୍ବାଚନ ଫଳାଫଳ ଅନୁସାରେ ସାଧାରଣ ନିର୍ବାଚନରେ ବହୁ ସଂଖ୍ୟାରେ ନିର୍ଦ୍ଦଳୀୟ ପ୍ରାର୍ଥୀ ହେଲେ ବିଜୟୀ l ନୱାଜ ସରିଫଙ୍କୁ ଦଳଠୁ ବେଶ ଆଗରେ ରହିଛନ୍ତି ଇମ୍ରାନ ଖାନଙ୍କ ସମର୍ଥିତ ନିର୍ଦ୍ଦଳୀୟ ପ୍ରାର୍ଥୀ l

➡️୧୮-କଳିଙ୍ଗ ଷ୍ଟାଡିୟମ୍‌ ହକି କମ୍ପ୍ଲେକ୍ସରେ ଆଜି ପୁରୁଷଙ୍କ ଭୁ‌ବନେଶ୍ବର ଚରଣ ପ୍ରୋ ଲିଗ୍‌ କଳିଙ୍ଗରେ ଆରମ୍ଭ ହେବ। ଉଦ୍‌ଘାଟନୀ ଦିବସରେ ଘରୋଇ ଦଳ ଭାରତ ତା’ର ୨୦୨୩-୨୪ ଅଭିଯାନ ସ୍ପେନ୍‌ ବିପକ୍ଷରୁ ଆରମ୍ଭ କରିବ । ଏହି ମ୍ୟାଚ୍‌ ସଂଧ୍ୟା ୭.୩୦ରେ ଖେଳାଯିବ।

➡️୧୯-ଏଫଆଇଏଚ ପ୍ରୋଲିଗ୍‌ ୨୦୨୩-୨୪, ୟୁଏସଏକୁ ୩-୧ ଗୋଲରେ ପରାସ୍ତ କଲା ଭାରତ l ଏହି ବିଜୟ ସହ କଳିଙ୍ଗ ଷ୍ଟାଡିଅମରେ ଚଳିତ ବର୍ଷ ପ୍ରୋଲିଗରେ ପ୍ରଥମ ବିଜୟ ହାସଲ କରିଛି ଭାରତ।

➡️୨୦-ଇତିହାସ ରଚିଲେ ପଥୁମ ନିଶଙ୍କା : ହେଲେ ଶ୍ରୀଲଙ୍କା ପକ୍ଷରୁ ଦିନିକିଆରେ ଦ୍ବିଶତକ ମାରିବାରେ ପ୍ରଥମ ଖେଳାଳି l ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଇତିହାସ ରଚିଲେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ପଥୁମ ନିଶଙ୍କା ।