March 10, 2026

ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଅବସରରେ ନୌଚାଳନା ଓ ତିରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ

IMG-20260110-WA0028
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ବ୍ଲକ ଗୁଡିକରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଳିତ ହେଉଥିବା ବେଳେ ଜିଲ୍ଲା ଉନ୍ନୟନ ସଂସ୍ଥା ଓ ଜିଲ୍ଲା ମତ୍ସ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଅବସରରେ ଜିଲ୍ଲାର ଥୁ.ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ତଟସ୍ଥ ବଡ଼ଚ୍ଛତରଙ୍ଗ ଗ୍ରାମରେ ଜିଲ୍ଲା ସ୍ତରୀୟ ନୌଚାଳନା ଓ ତିରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟଅତିଥି ଭାବରେ ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶାରି ଯୋଗ ଦେଇଥିବାବେଳେ,ସ୍ୱତନ୍ତ୍ର ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀଯୁକ୍ତ ସଚିନ ପାୱାର ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ, ସି. ଡି.ଓ.ଶ୍ରୀଯୁକ୍ତ ଦୟାମୟ ପାଢ଼ୀ, ଆଇ.ଟି.ଡି.ଏ.ପ୍ରଶାସକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ଦାଶ,ଆଇ.ଟି.ଡି.ଏ ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ଅଭିନାଶ ମହାନ୍ତି ତଥା ଥୁ.ରାମପୁର ତହସିଲଦାର ଶ୍ରୀଯୁକ୍ତ ସତ୍ୟସନାତନ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ଭାଗ ନେଇଥିବା ବେଳେ,ନୌଚାଳନାରେ ମୋଟ ୧୧ ଦଳ ଭାଗ ନେଇଥିଲେ ଏବଂ ତିରନ୍ଦାଜ ପ୍ରତିଯୋଗିତାରେ ମୋଟ ୭୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ଏଥିରେ ନୌଚାଳନା ପ୍ରତିଯୋଗିତାରେ ସାନଛତରଙ୍ଗ ଗ୍ରାମର ତ୍ରିନାଥ ମାଝୀ ଓ ଇନ୍ଦ୍ର ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ,ଦିଗ୍ରୀବନ୍ଧ ଗ୍ରାମର ବୁଦୁ ଝୁରିଆ ଓ ସୀମା ଝୁରିଆ ଦ୍ଵିତୀୟ ସ୍ଥାନ ଓ କମଳାଗୁଡା ଗ୍ରାମର ସୁବାସ ମାଝୀ ଓ ଚକ୍ର ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ତିରନ୍ଦାଜ ପ୍ରତିଯୋଗିତାରେ ଥୁ. ରାମପୁର ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ସାଲାକୋ ହେମ୍ବ୍ରମ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ,ବୁଧୁ ମାଝୀ ଦ୍ଵିତୀୟ ସ୍ଥାନ ଓ ସଦାଶିବ ଛୁରିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହା ପରେ ମୁଖ୍ୟ ଅତିଥି ପ୍ରତିଯୋଗିତାରେ ବିଜେତା ପ୍ରତିଯୋଗୀଙ୍କୁ ପୁରସ୍କୃତ କରି ସମ୍ମାନିତ କରିଥିଲେ।