January 10, 2025
Share

 

୧-ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଲେ।ପ୍ରବାସୀ ଭାରତୀୟ ଦିବସ ସମାରୋହର ଆଜି ସମାପନ ଉତ୍ସବରେ ଯୋଗଦେବେ।

 

୨-ଜାନୁଆରୀ ୧୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି।

 

୩-ଓଡ଼ିଶା ଐତିହ୍ୟ ପ୍ରଶଂସାରେ ଗଦଗଦ ମୋଦୀ । ଭୁବନେଶ୍ବର ମାଟିରୁ ବିଶ୍ବକୁ ଦେଲେ ଆହ୍ବାନ । ଯୁଦ୍ଧରେ ନୁହେଁ ବୁଦ୍ଧରେ ହିଁ ରହିଛି ଭବିଷ୍ୟତ।

 

୪-ସୁଭଦ୍ରା’ ପୋର୍ଟାଲରେ ନୂଆ ବ୍ୟବସ୍ଥା,ଭୁଲରେ ଅପଟ୍‌‌ ଆଉଟ ହିତାଧିକାରୀଙ୍କ ପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି।

 

୫-ରାଜଧାନୀରେ ପୁଲିସ ମିତ୍ରଙ୍କୁ ବୀଭତ୍ସ ହତ୍ୟା ଘଟଣା, ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି, ସୂଚନା ଦେଲେ ଡିସିପି ପିନାକ ମିଶ୍ର।

 

୬-ଭୁବନେଶ୍ୱର:ପ୍ରବାସୀ ଓଡ଼ିଆଙ୍କୁ ଆଜି ଭେଟିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ।

 

୭-ବାଲିଯାତ୍ରା ପଡ଼ିଆରେ ବଣଭୋଜି ବ୍ୟାନ, ନିଷେଧାଦେଶ ଜାରି କଲା ସିଏମସି।

 

୮-ଅଲମ୍ପିକ୍ସ୨୦୩୬: ଅହମ୍ମଦାବାଦ ହେବ ହୋଷ୍ଟ ସିଟି, ଓଡ଼ିଶାକୁ ହକି-ମୁମ୍ବାଇକୁ ମିଳିପାରେ କ୍ରିକେଟ୍‌ ଇଭେଣ୍ଟ।

 

୯-କିସ୍‍ ପଡ଼ିଆରେ ବିଶାଳ ଶ୍ରୀ ହନୁମାନ ଚାଳୀସା ମହାଯଜ୍ଞ, ୧୦ ଓ ୧୧ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ।

 

୧୦-ଦିନରେ ବେପାର, ରାତିରେ ସମାଜ ସେବା,କପେ ଚା’ ବିସ୍କୁଟ @୧ : କେନ୍ଦ୍ରାପଡା ଆଳିର ପ୍ରିୟ ଭାଇନାଙ୍କ ଗରିବ ସେବା।

 

୧୧-ମହାକୁମ୍ଭ ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡିଶାରୁ ଚାଲିବ ୮ଟି ବସ୍, ମହିଳାଙ୍କ ପାଇଁ ରହିଛି ୫୦ ପ୍ରତିଶତ ଡିସକାଉଣ୍ଟ।

 

୧୨-ଖଲ୍ଲିକୋଟ:ଅଳିଆ ପକାକୁ ନେଇ ତୁମୁଳକାଣ୍ଡ, ଦୁଇ ଗାଁ ଭିତରେ ଗୋଷ୍ଠୀ ସଂଘର୍ଷ, ୩ ଆହତ।

 

୧୩-ଟିଟିଲାଗଡରେ ୩ଜଣ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ୨ ଯନ୍ତ୍ରୀ ନିଲମ୍ବନ ସହ ଗିରଫ।

 

୧୪-ଜମୁଛି ବରଗଡ଼ ଧନୁଯାତ୍ରା, ଷଷ୍ଠ ଦିନରେ ଯମୁନା ତୁଠରେ ଗୋପୀଙ୍କ ବସ୍ତ୍ରହରଣ କରିଛନ୍ତି ନନ୍ଦ ନନ୍ଦନ।

 

୧୫-ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ଵାଡ୍।

 

୧୬-ମାହାଙ୍ଗା:ଅଭାବନୀୟ ! ସୋସିଆଲ ମିଡିଆରେ ଭାଇରାଲ ହେଲା ଯୁବତୀଙ୍କ ଅଶ୍ଲୀଳ ଭିଡିଓ, ଲୋକଲଜ୍ଜା ଭୟରେ ହାରିଲେ ଜୀବନ।

 

୧୭-ଜଗତପୁରରେ ନକଲି ଟାୟାର ଗୋଦାମ,୪୦୦୦ ହଜାର ନକଲି ଟାୟାର ଜବତ,ଗୋଦାମ ମାଲିକ ଗିରଫ।

 

୧୮-ରାୟଗଡ଼ା:ନାଗାବଳୀ ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ, ବଲ ଆଣିବାକୁ ଯାଇ ବୁଡ଼ିଯାଇଥିଲେ।

 

୧୯-ବର୍ଷକ ଭିତରେ ଓଡ଼ିଶା ହେବ ଆଇଟି ହବ୍, ଖୁବଶୀଘ୍ର ସେଗୁଡ଼ିକର ଡିପିଆର ପ୍ରସ୍ତୁତ କରାଯିବ : କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ।

 

୨୦-ରାଜସ୍ଥାନ:ବିଜୟ ହଜାରେ ଟ୍ରଫିରେ ତାମିଲନାଡୁ ବ୍ୟାଟ୍ସମ୍ୟାନଙ୍କ କମାଲ । ଗୋଟିଏ ଓଭରରେ ୭ ଚୌକା।

 

୨୧-ଉତ୍ତରପ୍ରଦେଶ:ସନାତନ ସଂସ୍କୃତିର ଶ୍ରେଷ୍ଠତା ଦେଖିବ ବିଶ୍ୱ, ମହାକୁଂଭରେ ଏକତ୍ର ହେବେ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ।

 

୨୨-ଶେଖ୍ ହସିନାଙ୍କ ପରେ ଦେଶ ଛାଡିଲେ ଖାଲିଦା ଜିଆ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ବାଂଲାଦେଶ ଛାଡି ପଳାଇଲେ ଲଣ୍ଡନ।

 

*🙏 ସୁପ୍ରଭାତ 🙏*