March 7, 2026

ସେରଙ୍ଗ ବସଷ୍ଟାଣ୍ଡର ହୋଟେଲରୁ ଏକ ନାବାଳକ ଉଦ୍ଧାର 

IMG-20251209-WA0161
Share

ଆଜି ଅପରାହ୍ନ ୪ : ୩୦ ଘଣ୍ଟାରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ବସଷ୍ଟାଣ୍ଡର ଏକ ହୋଟେଲରୁ ଶିଶୁ ଶ୍ରମିକ ଭାବେ କାର୍ଯ୍ୟରତ ଏକ ନାବାଳକକୁ ଜିଲ୍ଲା ଶିଶୁ ସୁରକ୍ଷା ଶାଖା, ଚାଇଲ୍ଡ ହେଲ୍ପ ଲାଇନ, ଜିଲ୍ଲା ଶ୍ରମ ବିଭାଗ ଏବଂ ସେରଙ୍ଗ ଥାନା ପୁଲିସଙ୍କ ମିଳିତ ସହଯୋଗରେ ଉଦ୍ଧାର କରାଯାଇଥିଲା। ତଥ୍ୟ ଅନୁସାରେ ଶିଶୁଟି ଉକ୍ତ ହୋଟେଲରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାର ଜଣାଯାଇଥିଲା । କୌଣସି ସୂତ୍ରରୁ ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଏକ ଟିମ ଗଠନ କରାଯାଇ ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ଶିଶୁଟି ଉଦ୍ଧାର ହେବା ପରେ ତାର ପ୍ରାଥମିକ ଚିକିସ୍ଛା ଓ କାଉନ୍ସେଲିଂ କରାଯାଇଥିଲା ଶିଶୁଟିର ବୟସ 13 ବର୍ଷ ବୋଲି ଜଣାପଢିଥିଲା ,ଶିଶୁଟି ସପ୍ତମ ଶ୍ରେଣୀରୁ dropout ଅଛି ଏବଂ ନାବାଳକ ଶିଶୁଟିକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରାଯାଇଥିଲା ।