କୋଟପାଡ଼ ଠାରେ ଜ଼ିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ପରିସର ରେ ଜ଼ିଲ୍ଲା ପାଳ ଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି. ଏହି ଶିବିର ରେ ଗିର୍ଲା. କୁସୁମୀ ଓ ମୂର୍ତହାଣ୍ଡି ପଞ୍ଚାୟତ ମାନଙ୍କ ରେ ରାସ୍ତା କରିବା. ବଣ୍ଡା ଗୁଡା ରେ ଜଙ୍ଗଲ ଜମି ଜବର ଦଖଲ ର ଉଛେଦ କରିବା. ରାଜନା ଚନ୍ଦ୍ର ଶେଖର ରାଓ ଙ୍କ ଆୟୁସ୍ମାନ କାର୍ଡ ର ସଂଶୋଧନ କରିବା. ଗୁମୁଡା ପଞ୍ଚାୟତ ରେ ନୂତନ ମଣ୍ଡି ଖୋଲିବା. କୁସୁମୀ ରେ ନୂତନ ଫାଣ୍ଡିର ଖୋଲିବା. ଗିର୍ଲା ଠାରୁ ପଟରଗୁଡା ରାସ୍ତା ମରାମତି. କୁନ୍ଦ୍ରା ବ୍ଲକର ଲିମା ଏବଂ ଝଡ଼ଙ୍ଗା ଗ୍ରାମ ରୁ ବେ ଆଇନ ବାଲି ଚଲାଣ ବନ୍ଦ କରିବା ଇତ୍ୟାଦି ଗୋଷ୍ଟି ଗତ ସତର ଏବଂ ବ୍ୟକ୍ତିଗତ ଅଣତିରିଶ ଟି ମୋଟ ଛୟାଲିସି ଗୋଟି ଅଭିଯୋଗ ର ଶୁଣାଣି ହୋଇଥିବାର ଜଣାଯାଇଛି.କୋରାପୁଟ ଜ଼ିଲ୍ଲା ପାଳ ମନୋଜ ସତ୍ୟବାନ ମହାଜାନ.ଉପ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ସବର.ଜ଼ିଲ୍ଲା ଅରୋକ୍ଷୀ ଅଧିକ୍ଷକ,ରୋହିତ ବୋର୍ମା. ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି. ଉପ ଜ଼ିଲ୍ଲା ପାଳ କୁମାରୀ ଏ ସସ୍ୟା ରେଡି. ଗୋଷ୍ଟି ଉନ୍ନୟନ ଅଧିକାରୀ ମନୋଜ ନାୟକ.ଆଇଟିଡ଼ିଏ ଯନ୍ତ୍ରୀ ଚୈତନ୍ୟ ତନ୍ତି.ବିଦ୍ୟୁତ ବିଭାଗ ଯନ୍ତ୍ରୀ ଅଭିମନ୍ୟୁ ସ୍ୱାଇଁ. ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠି ଙ୍କ ସମେତ ଜ଼ିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ.ଶିବିର ସମାପ୍ତ ହବା ପରେ ବ୍ଲକର ଚାନ୍ଦିଲି ସମେତ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିବାର ଜଣାଯାଇଛି I କୋରାପୁଟ ଜିଲ୍ଲା ପ୍ରତନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.

