December 12, 2024

ଆଜିର ଦିନଟି ସମଗ୍ର ଓଡ଼ିଶା ପାଇଁ ଏକ ଐତିହାସିକ ଦିନ, ବିଶେଷ କରି କୃଷି ଓ କୃଷକଙ୍କ ପାଇଁ ଦିନଟି ଓଡ଼ିଶା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ…

Share

 

ପାରାଦୀପ (ଦେବାଶିଷ ପାଣି)ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଜି ବରଗଡ଼ ଜିଲ୍ଲା ସୋହେଲା ଠାରେ ରାଜ୍ଯର କୃଷକଙ୍କ ସାମଗ୍ରିକ ବିକାଶକୁ ଗୁରୁତ୍ଵ ଦେଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଏବଂ ୮୦୦ ଟଙ୍କାର ଇନପୁଟ ସହାୟତା ସହ କୁଇଣ୍ଟାଲ ପିଛା ସର୍ବମୋଟ ୩୧୦୦ ଟଙ୍କା ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ।

ରାଜ୍ୟ ହସିବାକୁ ହେଲେ ପ୍ରଥମେ କୃଷକଙ୍କୁ ହସିବାକୁ ପଡିବ। ତେଣୁ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ କୃଷି କ୍ଷେତ୍ରରେ ସଶକ୍ତ କରିବା ପାଇଁ ରାଜ୍ଯରେ ‘ସମୃଦ୍ଧ କୃଷକ ଯୋଜନା’, ‘ସିଏମ କିଷାନ ଯୋଜନା’, ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଭଳି ଅନେକ କୃଷକ କଲ୍ୟାଣକାରୀ ଯୋଜନା ସହ ଓଡିଶାର କୃଷକ ସମାଜର ମଙ୍ଗଳ ପାଇଁ ଚଳିତ ବର୍ଷ ରେକର୍ଡ ୩୩ ହଜାର ୯ ଶହ ୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚାଷ ଏବଂ ଚାଷୀଙ୍କ ପାଇଁ ସମର୍ପିତ ଲୋକଙ୍କ ସରକାର ଚାଷୀଭାଇଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମାନନୀୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ରାଜ୍ୟର ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ ।

You may have missed