ଇପିଏଫ ପେନସନରର୍ସ ଆସୋସିଏସନ୍ କୋରାପୁଟ ଜିଲ୍ଲା କମିଟି ବୈଠକ ..
କୋରାପୁଟ(ହରିଶ ପଟ୍ଟନାୟକ) ସ୍ଥାନୀୟ ଯାଦବ ଭବନ ଠାରେ ଅଲ୍ ଓଡ଼ିଶା ଇପିଏଫ ପେନସନର୍ସ ଆସୋସିଏସନ୍ କୋରାପୁଟ ଜିଲ୍ଲା କମିଟି ବୈଠକ ସ୍ଥାନୀୟ ଯାଦବ ଭବନ ଠାରେ ଶ୍ରୀ ନଳିନୀକାନ୍ତ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନଭେମ୍ବର ୩୦ ତାରିଖରେ ସିବିଟି ର ଏକ ବୈଠକ ଉଚ୍ଚ ହାର ରେ ପେନସନ ଓ ସର୍ବନିମ୍ନ ପେନସନ୍ ବୃଦ୍ଧି ପାଇଁ ଆଲୋଚନା ହୋଇଛି ଏବଂ ଆସନ୍ତା ଦିନରେ ତାକୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ଦୋଳନ କୁ ଆହୁରି ତୀବ୍ରତର କରିବା ପାଇଁ ହେବ । ସର୍ବନିମ୍ନ ପେନସନ୍ ମାସିକ ୯୦୦୦/ ଟଙ୍କା ଏବଂ ସ୍ୱାସ୍ଥ୍ୟ ସେବା ଯୋଜନା ରେ ସାମିଲ୍ କରିବା ପାଇଁ ଆନ୍ଦୋଳନ ଜାରି ରହିବ । ଜୟପୁର ଠାରେ ଇପିଏଫଓ ର ଏକ ଶାଖା କାର୍ଯ୍ୟାଳୟ ଖୋଲିବା ପାଇଁ କାର୍ଯ୍ୟକାରୀ ସଭାପତି ଶ୍ରୀ ଉମାକାନ୍ତ ରଥ ପ୍ରସ୍ତାବ ଦେଇଛନ୍ତି। କାଗଜ କଳ ଶ୍ରମିକ ମାନଙ୍କ ପି ଏଫ୍ ଓ ପେନସନ ସମସ୍ୟା ସମାଧାନ ପାଇଁ ସଂଘ ଏମ୍ ଇ ଆର୍ ପି ଏଲ୍ ମ୍ୟାନେଜମେଣ୍ଟ ବିରୁଦ୍ଧରେ କରିଥିବା କେସ୍ କୁ ତ୍ୱରାନ୍ୱିତ କରିବା ପାଇଁ ଏକ ପତ୍ର ପ୍ରଦାନ କରାଯିବ। ଆଜିର ସଭାରେ ସର୍ବଶ୍ରୀ ପ୍ରମୋଦ କୁମାର ମହାନ୍ତି, କିଶୋର ଚନ୍ଦ୍ର ପଣ୍ଡା, ବସନ୍ତ ବେହେରା, ଜୟନ୍ତ ସାନ୍ତ୍ରା,ମତ ରଖିଥିଲେ। ଶେଷରେ ରାମଶଙ୍କର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ ପରେ ସଭା ସାଙ୍ଗ ହୋଇଥିଲା।