ଆଜିର ଖବର..
୧-ଲୁଚକାଳି ଖେଳୁଛି ଶୀତ; ଡିସେମ୍ୱରରେ ବି ଦେଖାନାହିଁ।କମ୍ୱଳ ଘୋଡ଼ାଇ ହେବା ସମୟରେ ଫ୍ୟାନ ଦରକାର ପଡୁଛି।
୨-ଭୁବନେଶ୍ୱର:ସବୁ ଜିଲ୍ଲାରେ ଖୋଲିବ ଭେଷଜ ମହାବିଦ୍ୟାଳୟ , ଆସନ୍ତା ୫ ବର୍ଷରେ ନିର୍ମାଣ ଲକ୍ଷ।
୩-ଭୁବନେଶ୍ୱର: ଆଜିଠୁ ଦୁଇଦିନିଆ ବୃହତ ‘ଅପାର ଦିବସ’,ଦେଶ ବ୍ୟାପି ଏବେ ସୁଦ୍ଧା ୩.୨୦କୋଟିରୁ ଉର୍ଦ୍ଧ୍ବ ଅପାର ଆଇଡି ସୃଷ୍ଟି ହୋଇଅଛି।
୪-ପୁରୀ:ଆସନ୍ତା ୧୬ରୁ ରତ୍ନଭଣ୍ଡାର ମରାମତି, ଦିନକୁ ୫ ଘଣ୍ଟା ଧରି ଚାଲିବ କାମ।
୫-ପାଚକ ପାଚିକା ମହାସଂଘ ତରଫରୁ ୮ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ବିକ୍ଷୋଭ ଜାରି।
୬-ବ୍ରିଜ ଆଣ୍ଡ ରୁଫ କୋ ଲିମିଟେଡ଼ରେ ସିବିଆଇ ଚଢ଼ାଉ ମାମଲା, ତିନି ଗିରଫ।
୭-ରେଭେନ୍ସା ବିଶ୍ବବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଆକ୍ରମଣ, ୧ ଗିରଫ।
୮-ଭୁବନେଶ୍ୱର:ଦେବୋତ୍ତର ବିଭାଗରେ କର୍ମଚାରୀ ଅଭାବ,୧୮୯ ପଦରୁ ୧୩୬ ପଦ ଖାଲି।
୯-ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀରେ ୫ ଟିକିଆ ହାତୀ ପଲ। ଦନ୍ତା ହାତୀ ମନ୍ଦିର ଯାଏଁ ଆସିଥିଲା।
୧୦-ଭୁବନେଶ୍ୱର:ସରକନ୍ତରା ରେଳ ଫାଟକ ନିକଟରେ ଅଘଟଣ, ଗେଟ୍ କିପରଙ୍କୁ ପିଟିଲେ ଦୁଇ ମଦ୍ୟପ
୧୧-ନାରାୟଣପାଟଣା:ଦୁଇ ବାଇକ୍ ମୁହାଁମୁହିଁ ,ଜଣେ ମୃତ, ଦୁଇ ଜଣ ଗୁରୁତର
୧୨-ଢେଙ୍କାନାଳ: ସାପୁଆ ନଦୀରେ ଭାସୁଛି ମଲା ମାଛ, ପାଣିରେ କେହି କୀଟନାଶକ ପକାଇଥିବା ସନ୍ଦେହ।
୧୩-ମାଲକାନଗିରି:୫ ନକଲି ମାଓବାଦୀ ଗିରଫ, ମାଓବାଦୀ ନାଁରେ ଟଙ୍କା ଆଦାୟ ଅଭିଯୋଗ।
୧୪-ବଲାଙ୍ଗିର, ତୁଷୁରା ଥାନା:ପୋଲିସକୁ ଥାନା ଭିତରେ ଆକ୍ରମଣ, ପୋଲିସ ପକ୍ଷପାତିତା ନେଇ ପିଟିଲେ ଜନସାଧାରଣ
୧୫-ଭୁବନେଶ୍ବର ଓ କଟକ ମାରୱାଡି ସମାଜ ତରଫରୁ ବନ୍ଧୁ ମିଳନ, ଯୋଗ ଦେଲେ ଓଡିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍।
୧୬-କେନ୍ଦ୍ରୀୟ ଡେପୁଟେସନ୍ରେ ଯିବେ ଆଇପିଏସ୍ ଡିଏସ୍ କୁଟ୍ଟେ, ବିଏସ୍ଏଫ୍ ଆଇଜି ଭାବେ ହେବେ ବଦଳି।
୧୭-କଟକରେ ଡ୍ରେନ୍ ଟ୍ରାଜେଡ଼ି: ଡ୍ରେନ୍ ପାଖ ପାଚେରୀ ଭୁଷୁଡ଼ି ଜଣେ ମୃତ, ୪ ଆହତ।
୧୮-ପୁଣି ଚାଷୀଙ୍କ ରଣହୁଙ୍କାର ; ଆନ୍ଦୋଳନ ପାଇଁ ସମ୍ଭୁ ସୀମାରେ ହଜାର ହଜାର ଚାଷୀ।
୧୯-ଆଉ ଏକ ବାତ୍ୟାକୁ ସାମ୍ନା କରିବ ତାମିଲନାଡୁ,ରାଜ୍ୟବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି।
୨୦-ଆଡିଲେଡ୍ ଟେଷ୍ଟ ହାରିଲା ଭାରତ, ୧୦ ଓ୍ବିକେଟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଜିତିଲା ଅଷ୍ଟ୍ରେଲିଆ।
୨୧-ଭାରତକୁ ଆସିଥିବା FDI ୧ଲକ୍ଷ କୋଟି ଡଲାର ପାର, ସିଙ୍ଗାପୁରରୁ ଆସିଛି ସବୁଠୁ ଅଧିକ ନିବେଶ।
୨୨-ବିଦ୍ରୋହୀଙ୍କ କବଜାରେ ସିରିୟା,ରାଷ୍ଟ୍ରପତି ବଶର ଅଲ ଅସଦଙ୍କ ୨୪ ବର୍ଷ ଶାସନର ହେଲା ଅନ୍ତ।
*🙏 ସୁପ୍ରଭାତ 🙏*