September 21, 2024

ବୁଦ୍ଧଖୋଲ ମହୋତ୍ସବ ସମ୍ପର୍କେ ଆଲୋଚନା ବୈଠକ

Share

ବୁଦ୍ଧଖୋଲ ମହୋତ୍ସବ ସମ୍ପର୍କେ ଆଲୋଚନା ବୈଠକ
ବୁଗୁଡ଼ା : ତା ୦୯/୧୨/୨୩ : ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଆଗାମୀ ୨୦୨୪ ଜାନୁୟାରୀ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ଯାପି ଆୟୋଜିତ ହେବାକୁ ଯାଉଥିବା ବୁଦ୍ଧଖୋଲ ମହୋତ୍ସବ ସମ୍ପର୍କେ ଆଲୋଚନା ପାଇଁ ଏକ ବୈଠକ ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ଅବସରରେ ପୂର୍ବରୁ ବୁଦ୍ଧଖୋଲ ପାଦଦେଶରେ କ୍ରମାଗତ ଭାବେ ଆୟୋଜିତ ହୋଇଆସୁଥିବା ବୁଦ୍ଧଖୋଲ ମହୋତ୍ସବ ସମୟରେ ଦେଖାଯାଇଥିବା ଜନସମାବେଶ , ଟ୍ରାଫିକ ଓ ପାର୍କିଂ ସମସ୍ଯା କାରଣରୁ ଏଥର ବୁଗୁଡ଼ା ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ମହୋତ୍ସବ ଆୟୋଜନ କରିବାକୁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ବ୍ଯାପକ ଆଲୋଚନା କରାଯାଇଥିଲା । ତେବେ ବୁଦ୍ଧଖୋଲ ପାଦଦେଶରେ ଆୟୋଜିତ ମହୋତ୍ସବ କାଳରେ ଦେଖାଦେଇଥିବା ସମସ୍ଯା ଗୁଡ଼ିକର ସମାଧାନ କରିବା ପରିବର୍ତ୍ତେ ମହୋତ୍ସବ ସ୍ଥାନ ପରିବର୍ତ୍ତନ ପରମ୍ପରା ଭଙ୍ଗ ହେବ ବୋଲି ମତ ପ୍ରକାଶ ପାଇଥିଲା । ତେଣୁ, ପୂର୍ବରୁ ଦେଖା ଦେଇଥିବା ସମସ୍ଯା ଗୁଡ଼ିକର ସଫଳ ସମାଧାନ ପୂର୍ବକ ଏଥର ମଧ୍ୟ ସେହି ବୁଦ୍ଧଖୋଲ ପାଦଦେଶରେ ତ୍ରିଦିବସୀୟ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପରିଶେଷରେ ବୁଦ୍ଧଖୋଲ ଉନ୍ନୟନ ସମିତି ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।