September 21, 2024

ସ୍ବର୍ଗତ ମିତ୍ର କୁମାର ଶର୍ମାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା—-

Share

ସ୍ବର୍ଗତ ମିତ୍ର କୁମାର ଶର୍ମାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା—-

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଫକୀର ମୋହନ ପଠନଶାଳା ଆଜୀବନ ସଦସ୍ୟ ଶ୍ରୀ ମିତ୍ର କୁମାର ଶର୍ମା ଙ୍କ ଅକାଳ ବିୟୋଗରେ ସ୍ବର୍ଗତ ଶର୍ମାଙ୍କ ଉଦ୍ଦେଶ୍ୟରେ ଏକ ନୀରବ ପ୍ରାର୍ଥନା ସହ ଅନୁଷ୍ଠାନର ଗୁରୁଛାତ୍ରଙ୍କୁ ନେଇ ଏକ ନୀରବ କ୍ୟାଣ୍ଡେଲ ଶୋଭା ଯାତ୍ରା ସ୍ଥାନୀୟ ପେଣ୍ଡ୍ରାଣୀ ମନ୍ଦିର ଠାରୁ ବାଇଟ ଅନୁଷ୍ଠାନ ପର୍ଯ୍ୟନ୍ତ ପରିକ୍ରମା କରାଯାଇଥିଲା।ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରି ସ୍ବର୍ଗତ ମିତ୍ର ଶର୍ମାଙ୍କ ସ୍ମୃତିଚାରଣ କରାଯାଇଥିଲା। ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ଆୟୋଜିତ ଶୋକ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ବଲ୍ଳଭ ରାଉତଙ୍କ ସମେତ ମୁଖ୍ବବକ୍ତା ରୂପେ ଡ଼ଃ.ସୁରେନ୍ଦ୍ର ନାଥ ଦାସ, ସମ୍ମାନିତ ଅତିଥି ରୂପେ ଡ଼ଃ.ପ୍ରଦୀପ ମିଶ୍ର, ପଠନଶାଳାର ଉପଦେଷ୍ଟା ବରିଷ୍ଠ ଓକିଲ ଶ୍ରୀନିବାସ ପଟ୍ଟନାୟକ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ। କାର୍ଯ୍ୟକ୍ରମଟିକୁ ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ ରାଉତ ପରିଚାଳନା କରିଥିବା ବେଳେ ସ୍ବର୍ଗତ ଶର୍ମାଙ୍କ ଜୀବନୀ ଏବଂ ଅନୁଭୂତି ବିଷୟରେ ଶ୍ରୀ କେଦାର ପଟ୍ଟନାୟକ, ବଂଶୀଧର ଭୂୟାଁ, ବିବେକାନନ୍ଦ ପଟ୍ଟନାୟକ, ଶ୍ରୀମତୀ ଶାନ୍ତିଲତା ମହାନ୍ତି, ସର୍ବଶ୍ରୀ ଅନନ୍ତ ଚରଣ ସାହୁ, ଗୋପାଳ ପଟ୍ଟନାୟକ, ଛବିନ୍ଦ୍ର ବେହେରା, ତେଜରାଜ ମାଝୀ, ସନ୍ତୋଷ ନାୟକ, ହେମନ୍ତ କୁମାର ଜେନା,ପ୍ରମୁଖ ସ୍ମୃତି ଚାରଣ କରିଥିଲେ।ଏଥିରେ ଶିକ୍ଷା ଅନୁଷ୍ଠାନ ର ଷ୍ଟାଡିକ ଗୁରୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ବର୍ଗତ ଶର୍ମାଙ୍କ ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଶେଷରେ ଅନୁଷ୍ଠାନ ତରଫେ ଶ୍ରୀ ସାଗର କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।