March 7, 2026

ଅଜଣା ଗାଡି ଧକ୍କାରେ ବାଲ୍ୟବନ୍ଧୁଙ୍କ ମୃତ

IMG-20231209-WA0010
Share

ଅଜଣା ଗାଡି ଧକ୍କାରେ ବାଲ୍ୟବନ୍ଧୁଙ୍କ ମୃତ——-

କୋରାପୁଟ ଜିଲ୍ଲା କୋଟପାଡ଼ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି ସୂଚନା ଅନୁଯାୟୀ ସୁଶାନ୍ତ କୁମାର ଗୌଡ଼ ଗୁରବାର ରାତ୍ର ଏନ ଏମ ଡି ସି କୁ କାମ କରିବା ପାଇଁ ତାଙ୍କ ସହଯୋଗୀଙ୍କ ସହ ଯାଉଥିଲେ। ଡଙ୍ଗରି ଗ୍ରାମ ନିକଟରେ ପଛ ପଟୁ ଏକ ଗାଡି ଧକ୍କା ଦେଇ ଚାଲି ଯାଇଥିଲା I ସ୍ବର୍ଗତ ଗୌଡ଼ ଏବଂ ତାଙ୍କ ସହଯୋଗୀ ଛିଟିକି ପଡିଥିଲେ ସଙ୍ଗେ ସଙ୍ଗେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ସେଠାର ଡାକ୍ତର ମୃତ ଘୋଷଣା କରିବା ପରେ ପୋଷ୍ଟମର୍ଟମ କରିବା ପରେ ପରିବାର ଙ୍କୁ ହସ୍ତାନ୍ତର କରାଯାଇଛି।ଖବର ପ୍ରସାର ହବା ପରେ କୋଟପାଡ଼ ବାଲ୍ୟବନ୍ଧୁ ଗ୍ରୁପ ପକ୍ଷରୁ ଶ୍ରୀ ଅରିଫ ପଟେଲ, ପି. ଜଗଦୀଶ ପାତ୍ର, ସଞ୍ଜୟ ଜେନା,ଆସିଫ ମାଟା, ତୁଲାରାରାମ ଭାଇ,ରାମ ବାବୁ, ତ୍ରିପତି ବାଗାଙ୍କ ସମେତ ସମସ୍ତ ବାଲ୍ୟବନ୍ଧୁ ଗୃପର ବନ୍ଧୁ ମାନେ ଶୋକ ପ୍ରକାଶ କରିଥିବା ଜଣାଯାଇଛି I
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I