March 11, 2026

ଶ୍ରୀ କ୍କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ବିଶ୍ଵବିଦ୍ୟାଳୟ ଘୋଷଣା କରିବା ପାଇଁ ଦାବି କଲେ କଂଗ୍ରେସ ନେତା ବିଜୟ ପଟନାୟକ

IMG-20231209-WA0002
Share

ଶ୍ରୀ କ୍କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ବିଶ୍ଵବିଦ୍ୟାଳୟ ଘୋଷଣା କରିବା ପାଇଁ ଦାବି କଲେ କଂଗ୍ରେସ ନେତା ବିଜୟ ପଟନାୟକ

ପାରଳାଖେମୁଣ୍ଡି:୯/୧୨ (ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟକୁ ଆଜି ପରିଦର୍ଶନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ।
୧୮୯୬ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଐତିହାସିକ ପୂରାତନ ମହାବିଦ୍ୟାଳୟ ଏହା ହେଉଛି ଓଡ଼ିଶାର ଏକ ପୂରାତନ ଶିକ୍ଷା ଅନୁଷ୍ଠାନ ରୂପେ ପରିଚିତ। ଏହି ମହାବିଦ୍ୟାଳୟ ରେ ୧୩ଗୋଟି ସ୍ନାତକୋତ୍ତର ଏବଂ ୧୫ ଟି ସ୍ନାତକ ବିଭାଗ ସହ ଏକ ବିଶ୍ୱବିଦ୍ୟାଳୟରେ ପରିଣତ ହେବାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଅଛି। ବିଭିନ୍ନ ମହଲରୁ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟରେ ପରିଣତ କରିବାକୁ ଅନେକ ଦିନରୁ ଦାବି ହୋଇଆସୁଛି।
ତେଣୁ ଏହି ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟରେ ପରିଣତ କରିବା ପାଇଁ କିପରି ବ୍ୟବସ୍ଥା ହୋଇପାରିବ ସେହି ପ୍ରସଙ୍ଗରେ ସହ ଅଧକ୍ଷ ଶ୍ରୀଯୁକ୍ତ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ସହ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ଆଲୋଚନା କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଓ ସୁବିଧା ଅସୁବିଧା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ କୁ ବିଶ୍ଵବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ।