March 10, 2026

ରାଜଧାନୀ ଉପକଣ୍ଠ ଟଙ୍କପାଣି ରୋଡ୍ ସାଇ ମନ୍ଦିର ନିକଟରେ ଜଳିଗଲା ଥର୍.

IMG-20251109-WA0004
Share

 

ଭୁବନେଶ୍ବର ( ଦେବାଶିଷ ଦାଶ )

ରାଜଧାନୀ ଉପକଣ୍ଠ ଟଙ୍କପାଣି ରୋଡ୍ ସାଇ ମନ୍ଦିର ନିକଟରେ ଜଳିଗଲା ଥର୍ ଗାଡି।

ରାସ୍ତାକଡରେ ହୁତୁହୁତୁ ହୋଇ ଜଳିଗଲା ‘ଥର୍’ ବିଶେଷ ସୂଚନାରୁ ଜଣା ପତିଛି, ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥାଇପାରେ। ଥର ଗାଡ଼ିରେ କେହି ବସି ନଥୁବା ସୂଚନା।

ଥର ଗାଡିଟି ଛିଡା ହୋଇଥିବା ସମୟରେ ଏଭଳି ଏକ ଅଘଟଣ ଘଟିଗଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଦେଖଣାହାରୀଙ୍କ କହିବା କଥା ଥର୍ ଗାଡିଟି ଛିଡା ହୋଇଥିଲା, ଅକସ୍ମାତ କିଭଳି ନିଆଁ ଲାଗିଲା କେହି ଜାଣି ପାରିଲେ ନାହିଁ। ସେମାନଙ୍କ କହିବା କଥା ଯାନ୍ତ୍ରିକ ତୃଟିରୁ ଏଭଳି ହୋଇ ପାରିଥାଏ .