April 19, 2025

ଶକ୍ତି ଅନୁଷ୍ଠାନ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ 

Share

 

 

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅଧିନ ୧୨ଗୋଟି ପଞ୍ଚାୟତର ୨୩ଗୋଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଶକ୍ତି ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଉଦ୍ୟୋଗ କରାଯିବା ନେଇ ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୨୩ହଜାର ୫ଶହ ଟଙ୍କା ଅନୁଦାନ ରାଶି ଯୋଗାଇ ଦିଆଯାଇଛି।ଆଜି ଶକ୍ତି ଅନୁଷ୍ଠାନ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଉପସ୍ଥିତ ରହି ଚେକ୍ ପ୍ରଦାନ କରିଥିଲେ। ଏଥିରେ ବ୍ଲକ ମିଶନ ଶକ୍ତି ସଂଯୋଜକ ସ୍୍ ଜୟନ୍ତ କୁମାର ସେଠିଙ୍କ ସହ ଶକ୍ତି ଅନୁଷ୍ଠାନର ନିର୍ଦ୍ଧେଶକ ରମେଶ ଚନ୍ଦ୍ର ନାୟକ,ଏମ ପାଓ୍ବାର ପ୍ରକଳ୍ପର ବ୍ଲକ ସଂଯୋଜକ ପଣ୍ଡିତ ପ୍ରାଣୀଗ୍ରାହୀ,ଦିପୁ ଭଟ୍ଟ, ନୀଳକଣ୍ଠ ମାଝୀ,ସଲମାନ୍ ବେକ୍ବବେଟା, ବିଶ୍ବଜିତ ଦେହୁରୀ ଓ ଶକ୍ତି ଅନୁଷ୍ଠାନ ବରିଷ୍ଠ କର୍ମୀ ମନୋଜ କୁମାର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଶକ୍ତି ଅନୁଷ୍ଠାନ ଟ୍ରିକ ଅପ୍ ଇଣ୍ଡିଆ ଫାଉଣ୍ଡେସନ ସହଯୋଗରେ ଗତ ୨ବର୍ଷ ଧରି ରାମନାଗୁଡା ବ୍ଲକରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ସହିତ ଜୀବନ ଜୀବିକା ବିକାଶ ନିମନ୍ତେ କାର୍ଯ୍ୟକରି ଆସୁଥିବା ଜଣାପଡିଛି।।