November 15, 2024

ଉମରକୋଟ ପ୍ରିମିୟର ଲିଗର ସପ୍ତମ ସଂସ୍କରଣ ର ଶୁଭାରମ୍ଭ……

Share

 

 

ଉମରକୋଟ:-୦୯/୧୧/୨୪(ଏମ୍.ଦିନା°ଶୁ ଆଚାରୀ) ବହୁ ପ୍ରତିକ୍ଷୀତ ଉମରକୋଟ ପ୍ରୀମୀୟର ଲିଗ କ୍ରିକେଟ ଟୋର୍ଣାମେଣ୍ଟର ସପ୍ତମ ସଂସ୍କରଣ ଆଜି ସୁଭାରମ୍ବ ହୋଇଛି। ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ପୂର୍ବତନ ଏମପି ରମେଶ ଚନ୍ଦ୍ର ମାଝୀ,ପୌରାଧ୍ୟକ୍ଷା ରାଧା ଭତ୍ରା , ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ଏମପି ପ୍ରତିନିଧି ରାମ ନାୟକ, ରାଇଘର ବ୍ଲକ ଅଧକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ସଲିମ ରାଠୋର, ରମେଶ ଦାସ,ଦୁର୍ଗା ପ୍ରସାଦ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମ ଦିବସରେ ୟୁନିଟି ଷ୍ଟାର ବାସ୍ତମ୍ବା ସହ ଛତିଶଗଡ ରାଜ୍ୟ ଷ୍ଟାର ୧୧ ମଧ୍ୟରେ ୧୫ ଓଭର ଲେଖାଏଁ ଖେଳା ଯାଇଥିଲା। ବାସ୍ତମ୍ବା ଦଳ ଟସ ଜିଣି ପ୍ରଥମେ ବେଟିଂ କରି ଆଠ ୱିକେଟ ହରାଇ ୧୩୬ ରନ କରିଥିଲେ, ଜବାବରେ ଷ୍ଟାର ୧୧ ଏଗାର ଓଭର ଖେଳି ପାଞ୍ଚ ୱିକେଟ ହରାଇ ବିଜୟୀ ହୋଇଥିଲା । ପ୍ରଥମ ମ୍ୟାଚ ଟିକୁ ଅଭିଜିତ ବଳ ଏବଂ ଶିବ ହରିଜନ ଖେଳ ପରିଚାଳନା କରିଥିଲେ। ଦ୍ଵିତୀୟ ମ୍ୟାଚ ଟି ଧାମତରୀ ଓ କୋଣ୍ଡାଗାଁ ୩୦୦ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ରେ ଧାମତରୀ ୪୪ରାନରେ ବିଜୟୀ ହୋଇଥିଲା। ଏହି ଖେଳ ସମୟରେ କୌଣସି ଅପ୍ରିତିକାର ପରିସ୍ଥିତି କୁ ଏଡ଼େଇବାକୁ କମିଟି ସଭାପତି ସୁଧାଂଶୁ ଦାସ , ଉପସଭାପତି ଚନ୍ଦନ ବେହେରା , ସମ୍ପାଦକ ଅଭିଳାଷ ପଟ୍ଟନାୟକ , କୋଷାଧ୍ୟକ୍ଷ ତପନ ପାତ୍ର ଙ୍କ ସହ କମିଟିର ସମସ୍ତ ସ୍ବେଛାସେବୀ ସଦସ୍ୟ ଉପସ୍ଥିତ ଥିଲେ।ଏହି ପ୍ରତିଯୋଗିତା ଟି ୭ ତାରିଖ ରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଭାପତି ସୁଧାଂଶୁ ଦାସ କହିଛନ୍ତି ।ସମସ୍ତ ଅତିଥି ମାନେ ଖେଳାଳି ଉତ୍ସ। ହିତ କରିଥିଲେ ଓ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକ୍ରମ ସାରିବାକୁ କମିଟି ସଦୟଙ୍କୁ କହିଥିଲେ।