ଷ୍ଟେଟ ପିଇଜି ଗୋଦାମ ଚଳାଉଛନ୍ତି ଡାଟା ଅପରେଟର ଜନସାଧାରଣରେ ଅସନ୍ତୋଷ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ପିଇଜି ଗୋଦାମ ରେ ଦୀର୍ଘ ବର୍ଷ ଧରି ଅନିୟମିତତା ଲାଗିରହିଛି. ଜନ ପ୍ରତିନିଧି ଅଭିଯୋଗ କଲେ କଣ୍ଠ ରୋଧ କରାଯାଉ ଅଛି. ସୂଚନା ଅନୁଯାଇ ଆଠ ବର୍ଷ ରୁ ଅଧିକ ଦିନ ହେବ ଏହି ଗୋଦାମ ଉଦ ଘାଟନ ହୋଇଛି. କେତେ ବେଳେ ଗଲେ ମଧ୍ୟ ପି ଆଇ ରହୁନାହାନ୍ତି. ଗ୍ରାମାଞ୍ଚଳ ଓ ସହରାଞ୍ଚଳ କୁ ନିମ୍ନମାନର ଚାଉଳ ଯୋଗାଉ ଥିବାର ମଧ୍ୟ ବହୁବାର ଗଣମାଧ୍ୟମ ରେ ପ୍ରକାଶ ପାଇଛି ଏବଂ ପରବର୍ତ୍ତୀ ସମୟ ରେ ଘଟଣା କୁ ଚପାଇ ଦିଆଯାଇଛି. ଅଞ୍ଚଳ ବାସୀ ଙ୍କ ଅଭିଯୋଗ ଅନୁଯାଇ ଗୋଦାମ ଟେଣ୍ଡେର ନେଇଥିବା ବ୍ୟକ୍ତି ଜଣକ ଜ଼ିଲ୍ଲା ବାହାର ରୁ ଗୋଟିଏ ଯୁବକ ଙ୍କୁ ଏହି ଗୋଦାମ ର ଦାଇତ୍ୱ ଦେଇ ଛନ୍ତି ସେହି ଯୁବକ ମନ ଇଚ୍ଛା ଗାଡି ପିଛା ଟଙ୍କା ନେଇ ନିମ୍ନ ମାନର ଚାଉଳ ଗାଡି କୁ ସଙ୍ଗେ ସଙ୍ଗେ ଅନ ଲୋଡ଼ କରୁଛି ଏବଂ ଭଲ ଚାଉଳ ଗାଡି କୁ ମେସିନ ଖରାପ ଅଛି କହି ଦିନ ତମାମ ଠିଆ କରି ହଇରାଣ କରୁଛନ୍ତି.ଅନ୍ୟ ପକ୍ଷ ରେ ଚାଉଳ ଦେବା ଲୋକର କିମ୍ବା ନବା ଲୋକଙ୍କ ଫୋନ ଗୋଦାମ ଟେଣ୍ଡେର ଧାରୀ ଉଠାଉ ନାହାନ୍ତି ଏହାର ରହସ୍ୟ କ. ଣ ବୋଲି ବୁଦ୍ଧି ଜବି ମହଲ ରେ ପ୍ରଶ୍ନ ହେଉଥିବାର ଜଣାଯାଇଛି.ଏ ନେଇ ପିଆଇ ରଘୁନାଥ ଦାସ ଙ୍କୁ ଆଜି ଯୋଗାଯୋଗ କରିବାରୁ ଏକ ସପ୍ତାହ ମଧ୍ୟ ରେ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଥିବା ଜଣାଯାଇଛି.ଗୋଦାମ ଦାଇତ୍ୱ ରେ ଥିବା ଯୁବକ ନୀଳାଞ୍ଚଳ ପାଣି ଙ୍କୁ ଯୋଗାଯୋଗ କରିବାରୁ ଏହି ଗୋଦାମ ମନୋଜ ରଥ ଙ୍କର ସେ ମତେ ଏବଂ ବର୍ଷା ରାଣୀ ସଡ଼ଙ୍ଗି ଙ୍କୁ ଦାଇତ୍ୱ ଦେଇଛନ୍ତି. ବୋଲି ସୂଚନା ପ୍ରଦାନ କରିଥିବା ଜଣାଯାଇଛି I ତୁରନ୍ତ ଜ଼ିଲ୍ଲା ପ୍ରଶାସନ ହସ୍ତ କ୍ଷେପ କରି ଏ ଦିଗରେ ଉତ ଚିତ ପଦକ୍ଷେପ ନେବା ପାଇଁ ହିତାଧିକାରୀ ଙ୍କ ମହଲ ରେ ଦାବୀ ହେଉଅଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା