ପବିତ୍ର ଝୁଲଣ ପୁର୍ଣିମାରେ ଜଟିଆ ବାବାଙ୍କ ଜନ୍ମଦିବସ ମହାଡ଼ମ୍ବରରେ ପାଳନ କରାଯାଇଛି l

ଆଜି ପବିତ୍ର ଗହ୍ମାପୁର୍ଣିମା ତଥା ଝୁଲଣ ପୂର୍ଣ୍ଣିମା ସାରା ଓଡ଼ିଶାରେ ପାଳନ ହେଉଥିବା ବେଳେ ପୁରୀ ସହର ଜଟିଆବାବା ଛକ ନିକଟସ୍ଥ କୁଳଦାନନ୍ଦ ବ୍ରହ୍ମଚାରୀ ଆଶ୍ରମରେ ମହାଡ଼ମ୍ବରରେ ପବିତ୍ର ଝୁଲଣ ପୁର୍ଣିମାରେ ବାବା ଜଟିଆ ବାବାଙ୍କ ଜନ୍ମଦିବସ ମହାଡ଼ମ୍ବରରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମହନ୍ତ ଶଙ୍କରନାଥ ବାନାର୍ଜୀଙ୍କ ଅଧକ୍ଷତା ରେ ଆଶ୍ରମରେ ସକାଳୁ ହୋମଯଜ୍ଞ ସହିତ ଘୋଡ଼ାବଜାର ସଂକୀର୍ତ୍ତନ ମଣ୍ଡଳୀ ର ଅଧକ୍ଷ ଅର୍ଜୁନ ଚରଣ ସାହୁ ଏବଂ ତାଙ୍କର ସାଥିମାନେ ସଂକୀର୍ତନ ପରିବେଷଣ କରି ଆଶ୍ରମ କୁ ଆସୁଥିବା ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରାଇଥିଲେ l ସନ୍ଧ୍ୟାରେ ଆଶ୍ରମ ରେ ଭାଗବତ ଚର୍ଚ୍ଚା ସହିତ ଦୁଇହଜାର ରୁ ଉର୍ଦ୍ଧ ଦରିଦ୍ର ନାରାୟଣଙ୍କୁ ମାଗଣାରେ ପ୍ରସାଦ ସେବନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ମହନ୍ତ ଶଙ୍କରନାଥ ବାନାର୍ଜୀଙ୍କ ସହିତ ଧର୍ମପତ୍ନୀ ଅଞ୍ଜନା ବାନାର୍ଜୀ, ପୁତ୍ର ସୋମନ୍ନାଥ ବାନାର୍ଜୀଙ୍କ ସହିତ ଆଶ୍ରମର ସମସ୍ତ କର୍ମକର୍ତ୍ତା ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
