March 10, 2026

ପାରଳାଖେମୁଣ୍ଡି ନଗର କଂଗ୍ରେସ ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସାତ ଦଫା ଦାବି ନେଇ ସ୍ମାରକ ପତ୍ର ପ୍ରଦାନ 

IMG-20250809-WA0168
Share

 

 

ପାରଳାଖେମୁଣ୍ଡି:୯/୮(ଗରୁଡ ଧ୍ଵଜ ଚୌଧୁରୀ)(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ନୂତନ ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ସହିତ ସାତ ଦଫା ଦାବି ନେଇ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ପାରଳାଖେମୁଣ୍ଡି ସହର ଅତି ପୂରାତନ ଐତିହ୍ୟ ସଂପୂର୍ଣ୍ଣ ସହର ଓଡ଼ିଶାର ୨ୟ ପୌରପରିଷଦ ପାରଳାଖେମୁଣ୍ଡି ସହରରେ ଅବହେଳା ଯୋଗୁଁ ବାରମ୍ବାର ଅଭିଯୋଗ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅବହେଳିତ ଅବସ୍ଥାରେ ହିଁ ପଡ଼ିରହିଛି, ଯାହା ଫଳରେ ସହରର ଜନଜୀବନ ନାହିଁ ନଥିବା ର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ଏହି ବିଷୟରେ ବହୁବାର ଅଭିଯୋଗ ଜଣାଇଥିଲେ ସୁଦ୍ଧା ପ୍ରଶାସନିକ ପକ୍ଷରୁ କୈଣସି ପ୍ରକାର ର କାର୍ଯ୍ୟକାରୀ ହେଉନଥିବା ଯୋଗୁଁ ପୁଣି ଆଉଥରେ ଛହ ଦଫା ଦାବିକୁ ନେଇ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛୁ । ଯଥାଶୀଘ୍ର ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅବଗତ କରାଯାଇଛି. ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ମୁନା ମହାରଣା, ଲକି ପାତ୍ର,ମିଟୁ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।