March 10, 2026

ବୁଗୁଡ଼ାରେ ଶ୍ରୀବଳଦେବ ସ୍ବାମୀଙ୍କ ଜନ୍ମୋତ୍ସବ ପାଳିତ

IMG-20250809-WA0155
Share

 

ବୁଗୁଡ଼ା : ତା ୦୯/୦୮/୨୫ : ସ୍ଥାନୀୟ ବଳଦେବ

ମନ୍ଦିରରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ ବଡ ଠାକୁର

ଶ୍ରୀବଳଦେବଙ୍କ ଜନ୍ମୋତ୍ସବ ସ୍ବତନ୍ତ୍ର ବିଧିରେ ଅନୁଷ୍ଠିତ

ହୋଇଯାଇଛି । ପ୍ରାତଃ କାଳରେ ଠାକୁରଙ୍କ ଅବକାଶ,

ମଙ୍ଗଳ ଆଳତୀ, ବାଳଭୋଗ ଆଦି କାର୍ଯ୍ୟ

କରାଯାଇଥିବା ବେଳେ ପୂର୍ବାହ୍ନରେ ଶ୍ରୀବଳଦେବଙ୍କ

ଜନ୍ମବିଧି ପାଳନ, ରୋଷ ହୋମ, ପଞ୍ଚାମୃତ, ପୂଜାର୍ଚ୍ଚନା

ପ୍ରଭୃତି କାର୍ଯ୍ୟ ଯଥା ରୀତିନୀତିରେ ସମ୍ପନ୍ନ ହୋଇଥିଲା ।

ଏହା ପରେ ମନ୍ଦିର ପ୍ରାଙ୍ଗଣରେ ଦୁରାଚାରୀ ପ୍ରଳମ୍ବା

ଅସୁରର ବାଲୁକା ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଇ ବଧ ପର୍ବ

ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମ ଚରଣ ଦାଶ, ରାମାନୁଜ ମହାପାତ୍ର, ଦୁର୍ଗା ମାଧବ ପାଣି , ସିମାଞ୍ଚଳ ପଣ୍ଡା , ସାଲବେଗ ଶତପଥି ଓ ଗୋପାଳ କୃଷ୍ଣ ହୋତା ପ୍ରମୁଖ ପୁରୋହିତ କାର୍ଯ୍ୟ ସମ୍ପାଦନ କରିଥିଲା ବେଳେ କର୍ତ୍ତା ଭାବେ ଅରୁଣ କୁମାର ପାଣି ଦାୟିତ୍ୱ ନିର୍ବାହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଦିନବନ୍ଧୁ ପାଣିଙ୍କ ସମେତ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟମାନେ ସହଯୋଗ କରିଥିଲେ । ବହୁ ସଂଖ୍ୟକ ଭକ୍ତ ଠାକୁର ଦର୍ଶନ ନିମନ୍ତେ ମନ୍ଦିରରେ ସମ୍ମିଳିତ ହୋଇଥିଲେ ।