ପୂର୍ଥକ ଦୁର୍ଘଟଣାରେ ୬ ଜଣ ଆହାତ ..

IMG-20250709-WA0002
Share

 

ଭଞ୍ଜନଗର: ୮/୭ (ସୁକାନ୍ତ କୁମାର ନାୟକ) ଉପାନ୍ତ ଖବର

ଭଞ୍ଜନଗର ଅଞ୍ଚରେ ଆଜି ପୂର୍ବାହ୍ନ ସମୟରେ ଦୁଇଟି ପୁର୍ଥକ ଦୁର୍ଘଟଣାରେ ୬ ଜଣ ଆହାତ ହୋଇଛନ୍ତି | ଆହାତ ମାନଙ୍କୁ ଉଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବ୍ଳକ୍ କାର୍ଯ୍ୟାଳୟ ସମୂଖରେ ଦୁଇଟି ବାଇକ୍ ମଧ୍ୟରେ ଧକା ହେବା ଦ୍ୱାରା ୪ ଜଣ ଆହାତ ହୋଇଛନ୍ତି । ଆହାତ ମାନଙ୍କ ମଧ୍ୟରେ ଆଦିତ୍ୟ ପ୍ରଧାନ , ସଙ୍ଗ୍ରାମ ମଲ୍ଲିକ, ବିକାଶ ମଲ୍ଲିକ, ଅନିତା ମଲ୍ଲିକ I ଉକ୍ତ ସ୍ଥାନରେ ବାଲି ପଡ଼ିଥିଲା ତେଣୁ କରି ଏହି ଦୁର୍ଘଟଣା ଘଟିଥିଲା । ଏଏସ୍ଆଇ ଣରତ ପଣ୍ଡା ଆହାତ ଙ୍କୁ ଉଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ଡ଼ାକ୍ତରଖାନା ରେ ଭର୍ତ୍ତି କରାଇଥିଲେ । ଅନ୍ୟ ଏକ ଦୁର୍ଘଟଣା ଜିଲୁଣ୍ଡି ଗ୍ରାମ ଠାରେ ଘଟିଥିବା ବେଳେ ଏଥିରେ ଦୁଇ ଜଣ ଆହାତ ହୋଇଥିବାବେଳେ ସେମାନଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଇଥିଲେ । ଏଥିରେ ଇଙ୍ଗିନାଠି ଗ୍ରାମର ରଞ୍ଜନ ମଲ୍ଲିକ (୪୦) ଙ୍କ ସହ ହୁମା ଅଞ୍ଚଳର ରିପନ ଜେନାଙ୍କ ମଧ୍ୟରେ ଧକା ହୋଇଥିଲା ।