November 25, 2024

ଉମରକୋଟ ଢେପଗୁଡା ଠାରେ ପୋଲ ନିର୍ମାଣ ହେବ କେବେ, ୫ ଖଣ୍ଡ ଗାଁ ଲୋକେ ହନ୍ତସନ୍ତ, ଲୋକ ଙ୍କ ମଧ୍ୟ ରେ ବଡୁଛି ଅସନ୍ତୋଷ……..

Share

 

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସୁକିଗାଁ ଗ୍ରାମ ପଞ୍ଚାୟତ ଅଧିନରେ ଆସୁଥିବା ଢେପଗୁଡ଼ା ଗ୍ରାମ ଠାରୁ ଫୁଲଝଡି ଗ୍ରାମ ମଧ୍ୟରେ ଥିବା ରାସ୍ତା ମଝି ରେ ମାଟି ଧୋଇ ହେବା ଯୋଗୁ ପ୍ରାୟ ୫ ଖଣ୍ଡ ଗ୍ରାମବାସୀ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ରାସ୍ତାର ମାଟି ଧୋଇ ହେବା ଯୋଗୁ ଏହି ସବୁ ଗ୍ରାମର ଲୋକେ ବର୍ଷା ହେବା ମାତ୍ରେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହେଇ ପଡୁଛନ୍ତି। ପୂର୍ବେ ଢେପ ଗୁଡା ଗ୍ରାମବାସି ଙ୍କ ଚେଷ୍ଟା ରେ ଏକ କାଠ ପୋଲ ନିର୍ମାଣ ହେଇ ଥିଲା।।ତେବେ ଏହି ଖବର ଜାଣିବା ପରେ ବ୍ଲକ୍ ପ୍ରଶାସନ ପକ୍ଷରୁ ମାଟି ପକାଇ ଦିଆ ଯାଇଥିଲା।।ତେବେ

କିଛି ଦିନ ତଳେ ଭୀଷଣ ବର୍ଷା ଯୋଗୁଁ ପ୍ରାୟ ୧୦ ଫୁଟ ମାଟି ଧୋଈ ହେଇ ଯାଇଛି। ଢେପ ଗୁଡ଼ା ଗ୍ରାମ ଠାରେ କୌଣସି ସ୍କୁଲ କିମ୍ୱା ଅଙ୍ଗନୱାଡ଼ି କେନ୍ଦ୍ର ନ ଥିବାରୁ ଏହି ଗ୍ରାମ ର ପିଲା ମାନକୁ ଏହି ପୋଲ ଦେଇ ପାଖ ଗ୍ରାମ କୁ ଯିବାକୁ ପଡି ଥାଏ। ଫଳରେ ବର୍ତ୍ତମାନ ରାସ୍ତାର ମାଟି ଧୋଇ ହେବା ଯୋଗୁ ପିଲା ମାନଂକ ସ୍କୁଲ ଓ ଅଙ୍ଗନୱାଡ଼ି ଯିବା ବନ୍ଧ ହେଇ ଯାଇଛି। ପକା ରାସ୍ତା ନ ଥିବା ଯୋଗୁ ଏହି ଗ୍ରାମ ର ଗର୍ବ ବତି ମହିଳା କିମ୍ବା ଅସୁସ୍ଥ ବ୍ୟକ୍ତି ଙ୍କୁ ହସ୍ପିଟାଲ୍ କୁ ନେବା ପାଇଁ ଗ୍ରାମ କୁ ଆମ୍ବୁଲାନ୍ସ ପହଂଚି ପାରେ ନାହିଁ। ଫଳ ରେ ରୋଗୀ ଙ୍କୁ ଭୋଇ କି ୩ କିଲୋ ମିଟର ରାସ୍ତା ପାର କରି ଆମ୍ବୁଲାନ୍ସ ଯାଏ ଆଣିବାକୁ ପଡେ। ବର୍ଷା ଆସିବା ପୂର୍ବରୁ ପ୍ରଶାସନ କିଛି ସ୍ଥାୟୀ ପଦକ୍ଷେପ ନେବା କଥା। କିନ୍ତୁ ମାଟି ପକାଇ ତା ଦାୟିତ୍ଵ କୁ ସମ୍ପନ୍ନ କରି ଚୁପ୍ ବସି ପଡିଲା। ଏବେ ଅସୁବିଧା ଭୋଗୁଛନ୍ତି ଗ୍ରାମ ବାସି ଙ୍କୁ। ବର୍ତ୍ତମାନ ଢେପଗୁଡ଼ା ଗ୍ରାମ ଠାରୁ ୫ କିଲୋ ମିଟର ଦୁର ରେ ଥିବା ବେହେଡ। ଗ୍ରାମ ଉପରେ ଶିକ୍ଷା କିମ୍ୱା ବଜାର ଉପରେ ନିର୍ଭର କରିବା ପାଈଁ ପଡି ଥାଏ। ଏହି ରାସ୍ତା ଧୋଈ ହେଇଯିବ। ଯୋଗୁ ଗ୍ରାମ ବାସି ଙ୍କୁ ବେହେଡ। ହ।ଟ କିମ୍ୱା ହାଇ ସ୍କୁଲ କିମ୍ବା ଅନ୍ୟ ସ୍କୁଲ କୁ ଆସିବା କୁ ହେଲେ ପ୍ରାୟ ୮ କିଲୋମିଟର ବୁଲି ବୁଲି ଆସିବାକୁ ପଡୁଛି। ଅନ୍ୟ ପକ୍ଷ ରେ ଏହି ରାସ୍ତା ଉପରେ ମଧ୍ୟ ଏକ ନାଳ ଯାଉ ଥିବାରୁ ସାମାନ୍ୟ ବର୍ଷା ହେଲେ ଏହି ରାସ୍ତା ଉପରେ ପାଣି ପ୍ରବାହିତ ହେବା ଦ୍ବାରା ଲୋକମାନେ ଆଉ ଘରୁ ବାହାରି ପାରନ୍ତି ନାହି। ଏହାକୁ ନେଇ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟ ରେ ଅସନ୍ତୋଷ ବଢିବାରେ ଲାଗିଛି। ଏହି ରାସ୍ତା କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁ ନେବା ପାଇଁ ସୁକିଗାଁ ସରପଞ୍ଚ ଶ୍ରୀ ସୁବାସ ସାନ୍ତା, ରାଇସିଂ ପରଜା ଓ ଗ୍ରାମବାସି ବୃନ୍ଦଙ୍କ ଦାବି କରୁଛନ୍ତି ।