October 5, 2024

ଯୁଯୋମୁରା ବ୍ଲକ୍ ବିରଳ ରଥ ଯାତ୍ରାର ନିଦର୍ଶନ ସନାତନପାଲି ଓ ପଧାନପାଲି

Share

 

 

ସମ୍ବଲପୁର:ଚଳିତ ବର୍ଷ ଗୋଟିଏ ଦିନରେ ପଡିଛି ନବଯୌବନ ଓ ରଥ ଯାତ୍ରା।ଏହି ବିରଳ ସଂଯୋଗ ୫୩ ବର୍ଷ ପରେ ପଡିଥିବାରୁ ୨ ଦିନ ଧରି ହୋଇଥିଲା ପୁରୀ ରଥଯାତ୍ରା।

 

କିନ୍ତୁ କାହୁଁ କେଭୁ ରଥ ଯାତ୍ରା ଆରମ୍ଭ ହେବା ଦିନଠୁ ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ୍ ର ୨ ଟି ସ୍ଥାନରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ।ଅର୍ଥାତ୍ ଆଷାଢ଼ ଶୁକ୍ଲ ପକ୍ଷ ଦ୍ୱତୀୟା ତିଥିରେ ସବୁଠି ରଥଯାତ୍ରା ହେଉଥିବା ବେଳେ ଯୁଯୋମୁରା ବ୍ଲକ୍ ର ଘେନୁପାଲି ପଞ୍ଚୟାୟତର ସନାତନପାଲି ଓ ବାହାମ ପଞ୍ଚାୟତର ପଧାନପାଲି ଠାରେ ଏହାର ବାସି ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଲ ତୃତୀୟା ତିଥିରେ ରଥଯାତ୍ରା ହୋଇଥାଏ।ଆଜି ବି ତାହା ଦେଖିବାକୁ ମିଳିଛି ସନାତନପାଲି ଓ ପଧାନପାଲି ଗାଁରେ।ପାରମ୍ପାରିକ ରୀତି ନୀତି ନେଇ ଉଭୟ ଗ୍ରାମରେ ବେଶ୍ ଆନନ୍ଦ ଉତ୍ସାହ ସହିତ ଭାଗବତ କିର୍ତ୍ତନ ରେ ସରିଛି ଗୁଣ୍ଡିଚା ଯାତ୍ରା।

 

ସେହିପରି ଏହି ୨ ଗ୍ରାମରେ ୧୫ ତାରିଖ ଆଷାଢ଼ ଶୁକ୍ଲ ନବମୀ ପରିବର୍ତ୍ତେ ୧୬ ତାରିଖ ଆଷାଢ଼ ଶୁକ୍ଲ ଦଶମୀ ତିଥିରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ।ଏଭଳି ନିଆରା ରଥଯାତ୍ରା ଦେଖିବାକୁ ଉଭୟ ଗ୍ରାମରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ବି ଜମିଥାଏ ।

ସମ୍ବଲପୁର ରୁ ରାଜାରାମ ଷଡଙ୍ଗୀଙ୍କ ରିପୋର୍ଟ