March 10, 2026

ସଂସ୍କୃତ ମହାବିଦ୍ୟାଳୟରେ ଗୋଲ୍ଡ ମେଡାଲ ପାଇଲେ ସାଗରିକା ଜେନା

IMG-20230709-WA0024
Share

ସଂସ୍କୃତ ମହାବିଦ୍ୟାଳୟରେ ଗୋଲ୍ଡ ମେଡାଲ ପାଇଲେ ସାଗରିକା ଜେନା

ହାଟଡିହି ବ୍ଲକ୍ କପୁଣ୍ଡି ଗ୍ରାମର ସାଗରିକା ଜେନା ପୁରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଅନୁଷ୍ଠିତ ନବମତମ କନଭେନସନରେ କୃତକାର୍ଯ୍ୟ ହୋଇ ପ୍ରଥମସ୍ଥାନ ହାସଲ କରି ଗୋଲ୍ଡ ମେଡାଲ ହାସଲ କରିଛନ୍ତି। ମହାବିଦ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ସମ୍ବଦ୍ଧିତ କରାଯାଇଛି। କପୁଣ୍ଡି ଗ୍ରାମର ଦେବେନ୍ଦ୍ର ଜେନାଙ୍କ ସୁପୁତ୍ରୀ ସାଗରିକା ଜ୍ୟୋତିଷଶାସ୍ତ୍ରରେ ପିଜି କରୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ହାଟଡିହି ଅଞ୍ଚଳରେ ଖୁସି ର ଲହରୀ ଖେଳି ଯାଇଛି। ସେ ଏହି ସଫଳତାର ଶ୍ରେୟ ନିଜ ପିତାମାତା ଓ ମହାବିଦ୍ୟାଳୟର ଅଧ୍ୟାପକଙ୍କୁ ଦେଇଛନ୍ତି।

(ହାଟଡିହି ରୁ ସୋମେଶ ପରିଡ଼ା ଙ୍କ ରିପୋର୍ଟ୍)